Odisha Link
Bridging the Missing Links in Odisha

ଡିଜେଲ ଲୁଟେରା ଗିରଫ

ଅନୁଗୋଳ: ଅନୁଗୋଳ ଜିଲ୍ଲା କଣିହାଁ ଥାନା କୁମୁଣ୍ଡା ଗ୍ରାମ ନିକଟରେ ଚାଲିଥିବା ଡିଜେଲ ଚୋରି। ପୁଲିସ ରାକେଟର ପର୍ଦ୍ଦାଫାଶ କରିଛି। ଅଚନାକ ଚଢ଼ାଉ କରି ପୁଲିସ ବିପୁଳ ପରିମାଣର ଡିଜେଲ, ୨ଟି ବୋଲେରୋ, ଦୁଇଟି ବାଇକ୍, ଗୋଟିଏ ସ୍କୁଟି ଜବତ କରିବା ସହିତ ୫ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରିଛି।

ଏହି ଗ୍ୟାଙ୍ଗ ବିଭିନ୍ନ ଖଣି ଓ ଟ୍ରାନ୍ସପୋର୍ଟ କମ୍ପାନୀର ଗାଡିରୁ ଡିଜେଲ ଚୋରି କରିଥାନ୍ତି। ଏନେଇ ବିଭିନ୍ନ ଅଭିଯୋଗ ଆସିବାରୁ ଚଢ଼ାଉ କରାଯାଇଥିଲା। ଏହା ପୂର୍ବରୁ ପାଳଲହଡାରେ ଏକ ଗ୍ୟାଙ୍ଗକୁ କିଛି ଦିନ ପୂର୍ବରୁ ଧରାଯାଇଥିଲା। ଏଥିରେ ତାଙ୍କର ସଂପୃକ୍ତ ଥିବା ନେଇ ଅନୁମାନ କରାଯାଉଥିବା ସ୍ପେଶାଲ ସ୍କ୍ବାଡ୍ର ଅଧିକାରୀ କରିଛନ୍ତି। ସମସ୍ତ ଜବତ ଡିଜେଲ, ଗାଡି ଓ ଅଭିଯୁକ୍ତ ୫ ଜଣକୁ କଣିହାଁ ପୋଲିସକୁ ହସ୍ତାନ୍ତର କରାଯାଇଛି।

Comments are closed.