Odisha Link
Bridging the Missing Links in Odisha

ଆରମ୍ଭ ହେଲା ସମ୍ମୁଖ ଯୋଦ୍ଧାଙ୍କୁ ଟିକାକରଣ: ପ୍ରଥମେ ଟିକା ନେଲେ ଡିଜିପି ଅଭୟ

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ସମସ୍ତ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକାଦାନ କରାଯାଉଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭିନ୍ନ ଭିନ୍ନ ସ୍ଥାନରେ ଟିକାଦାନ ପାଇଁ ପ୍ରସ୍ତୁତି କରାଯାଇଛି। ସବୁ ଜିଲ୍ଲାପାଳ, ଏସ୍‍.ପି, ରାଜସ୍ୱ ବିଭାଗର କର୍ମଚାରୀ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାଙ୍କୁ ଟିକାଦାନ କରାଯାଉଛି। ଏହା ସହିତ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପୁଲିସ ମହାନିର୍ଦେଶକ ଶ୍ରୀ ଅଭୟ କରୋନା ଟିକା ନେଇଛନ୍ତି। ସେହିପରି ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଛତ୍ରପୁର ବ୍ଲକରେ ଟିକା ନେଇଥିବାବେଳେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ମଧ୍ୟ ଟିକା ନେଇଛନ୍ତି।

କଟକ ଜିଲ୍ଲାରେ ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକାଦାନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଜବାହରଲାଲ ଇଣ୍ଡୋର ଷ୍ଟାଡିୟମରେ ପୁଲିସ୍‍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀମାନଙ୍କୁ ଟିକାଦାନ କରାଯାଉଛି। ଏଠାରେ ଆଜି ପ୍ରାୟ ୨୦୦ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ରାଜସ୍ୱ ବିଭାଗ ଅଧିକାରୀଙ୍କୁ ଟିକା ପ୍ରଦାନ କରାଯାଉଛି। ଅନ୍ୟପକ୍ଷରେ ମହାନଗର ନିଗମ କଲ୍ୟାଣମଣ୍ଡପରେ ନିଗମ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଟିକା ଦିଆଯାଉଛି। ଏହି ଦୁଇଟି ସ୍ଥାନରେ ୧୦୦ ଲେଖାଁଏ ଟିକା ଦିଆଯିବାର ଲକ୍ଷ୍ୟ ରଖାଯାଇଛି।

Comments are closed.