ଗ୍ୟାସ ଚାଳିତ ଟ୍ରାକ୍ଟରର ଲୋକାର୍ପଣ କଲେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ

ନୂଆଦିଲ୍ଲୀ: ଗ୍ୟାସ ଚାଳିତ ଟ୍ରାକ୍ଟରର ଲୋକାର୍ପଣ କରିଛନ୍ତି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏହା ଦେଶରେ ପ୍ରଥମ ଗ୍ୟାସ ଚାଳିତ ଟ୍ରାକ୍ଟର। ଏହା ଦ୍ବାରା ବାର୍ଷିକ ପ୍ରାୟ ୧ ଲକ୍ଷ ଟଙ୍କାର ଜାଳେଣି ଖର୍ଚ୍ଚ କମ୍ କରାଯାଇପାରିବ ବୋଲି ସରକାର ଆକଳନ କରାଯାଇଛି। ଲୋକାର୍ପଣ ହୋଇଥିବା ଟ୍ରାକ୍ଟରଟି ଡିଜେଲ ଇଞ୍ଜିନରୁ ସିଏନ୍ଜି ଇଞ୍ଜିନକୁ ବଦଳାଯାଇଛି।
ଟ୍ରାକ୍ଟରକୁ ନିଜେ ଗଡ଼କରୀ କିଣିଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଗାଡ଼ିର ରେଜିଷ୍ଟ୍ରେସନ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଡିଜେଲ ଇଞ୍ଜିନରୁ ସିଏନ୍ଜି ଇଂଜିନକୁ ପରିବର୍ତ୍ତନ କରାଯିବାର କାମ ଉଭୟ ରାଓ୍ୱମତ ଟେକ୍ନୋ ସଲ୍ୟୁସନ୍ ଓ ତୋମାସେତୋ ଆଚିଲ୍ଲେ ଇଣ୍ଡିଆ କଂପାନୀ ଦ୍ୱାରା କରାଯାଇଛି।