ଡାକ୍ତରଖାନାରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା

ବଡ଼ବିଲ: ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେ ଗତ କାଲି ଅପରାହ୍ଣରେ ହଠାତ୍ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଛାତିରେ କଷ୍ଟ ହୋଇଥିଲା ଓ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ନିଜ ଗାଡ଼ିରେ ତାଙ୍କର ବ୍ୟକ୍ତିଗତ ସହକର୍ମୀ ଦମୟନ୍ତୀ ସାମଲ ଯୋଡ଼ାରେ ଥିବା ଟିସ୍କୋ ହସ୍ପିଟାଲ୍କୁ ନେଇଥିଲେ। ସେଠାରେ ଦୁଇଘଣ୍ଟାର ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ଡାକ୍ତରମାନେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ପରାମର୍ଶ ଦେଇଥିଲେ।
ଏହାପରେ ଗତସନ୍ଧ୍ୟାରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରାଜଧାନୀ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲ୍କୁ ନିଆଯାଇଥିଲା। ସମ୍ପ୍ରତି ସେ ଆପୋଲୋ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅଛନ୍ତି।
Comments are closed.