Odisha Link
Bridging the Missing Links in Odisha

ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ

ପୁରୀ : ବାଟମଙ୍ଗଳା ନିକଟସ୍ଥ ବଢେଇବାଙ୍କ ଛକରେ ଚଳାନ୍ତା କାରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଦମ୍ପତ୍ତି ଓ ଡ୍ରାଇଭର। ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ପ୍ରକାଶ ଯେ, ପୁରୀରୁ ଦମ୍ପତ୍ତି ଇଣ୍ଡିଗୋ କାର୍ ଯୋଗେ ଭୁବନେଶ୍ବର ଫେରୁଥିବା ବେଳେ କୌଣସି କାରଣରୁ କାର୍ ରେ ନିଆଁ ଲାଗିଯାଇଥିଲା। କୌଶଳ କ୍ରମେ ଦମ୍ପତ୍ତି ଏବଂ ଡ୍ରାଇଭର କାର୍ ରୁ ବାହାରି ଆସିଥିଲେ।

ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ତେବେ କେଉଁ କାରଣରୁ କାର୍ ରେ ନିଆଁ ଲାଗିଲା ତାହା ଜଣାପଡିନାହିଁ । ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ତିନି ଜଣଙ୍କୁ ଉଦ୍ଧାର କରିଛନ୍ତି ।

Comments are closed.