ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ୱର: ଆଜି ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ବଜେଟ ଅଧିବେଶନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବେଳେ ଆତ୍ମାହୁତି ଉଦ୍ୟମକୁ ରୋକାଯିବା ପାଇଁ ପୁଲିସ ପକ୍ଷରୁ ବିଧାନସଭା ଚାରିପଟ ରାସ୍ତାକୁ ସିଲ କରାଯାଇଥିଲା। ମାତ୍ର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ନିଜ ଦେହରେ ପେଟ୍ରୋଲ ଢାଳିବା ବେଳେ ଉପସ୍ଥିତ ପୁଲିସ ତାଙ୍କୁ କାବୁ କରିଛନ୍ତି। ତେବେ ମହିଳା ଜଣକ କିଏ ଓ କାହିଁକି ସେ ଏମିତି କରୁଥିଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ।
ସୂଚନାଯୋଗ୍ୟ, ଗତବର୍ଷ ଠାରୁ ବିଧାନସଭା ଅଧିବେସନ ସମୟରେ ଆତ୍ମାହୁତି ଉଦ୍ୟମ ଦେଖିବାକୁ ମିଳୁଛି।। କୁନି ଝିଅ ପରୀ ହତ୍ୟାକାଣ୍ଡକୁ ନେଇ ବିଧାନସଭା ସାମ୍ନାରେ କିରାସିନି ଢ଼ାଳି ହୋଇ ନିଆଁ ଲଗାଇବାକୁ ଚେଷ୍ଟା କରିଥିବା ବେଳେ ଆଠଗଡ଼ ଅଞ୍ଚଳର ୩ ଚାଷୀ ଆତ୍ମାହୁତି ଉଦ୍ୟମ କରିଥିଲେ। କୁଙ୍ଗଜ ଅଞ୍ଚଳବାସୀ ସୁବ୍ରତ ଦାସ ଓ ତାଙ୍କ ମା ସୁଲଚନା ଦାସ ଆଇଜି ପାର୍କ ପଛ ପାଶ୍ୱର୍ରେ ଆତ୍ମାହୁତି ଦେବାକୁ ଚେଷ୍ଟା କରିଥିଲେ। ଚଳିତ ବଜେଟ ଅଧିବେଶନ ସମୟରେ ଆତ୍ମାହୁତି ଉଦ୍ୟମ ପାଇଁ ପୁଲିସ ପକ୍ଷରୁ ବିଧାନସଭା ଚାରିପାଟ ରାସ୍ତାକୁ ସିଲ କରାଯାଇଛି।