Odisha Link
Bridging the Missing Links in Odisha

ଓକିଲ ଦମ୍ପତିଙ୍କୁ ଦିନ ଦ୍ୱିପ୍ରହରରେ ହତ୍ୟା କଲେ ଦୁର୍ବୃତ୍ତ

ହାଇଦ୍ରାବାଦ: ଓକିଲ ଦମ୍ପତିଙ୍କୁ ବିଚ୍‌ ରାସ୍ତାରେ ଦିନ ଦ୍ୱିପ୍ରହରରେ କାର୍‌ରୁ ଟାଣି ନିର୍ମମ ଭାବେ ହତ୍ୟା କରାଯାଇଛି। ଏହି ଘଟଣାଟି ତେଲେଙ୍ଗାନାର ମନ୍ଥାନି ଓ ପେଡାପଲ୍ଲି ଯିବା ବାଟରେ ଘଟିଛି। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଛାନଭିନ୍‌କୁ ଜୋରଦାର କରିଥିବା ବେଳେ ହତ୍ୟାକାରୀର ଟେର ପାଇପାରିପାରିନି।

ପ୍ରକାଶ ଯେ,ଗତକାଲି ତେଲେଙ୍ଗାନା ହାଇକୋର୍ଟରୁ କାମ ସାରି ଉଭୟ ଘରକୁ ଫେରୁଥିଲେ। ମାତ୍ର ଜନଗହଳିପୂର୍ଣ୍ଣ ବିଚ୍‌ ରାସ୍ତାରେ ଉଭୟଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିଲେ। ଏପରିକି ଗାଡ଼ି ଅଟକାଇ ଉଭୟଙ୍କୁ ଘୋଷାଡ଼ି ଆଣି ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ।

ଖବର ପାଇ ପୁଲିସ୍‌ ଗୁରୁତର ଦମ୍ପତିଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ଉଭୟଙ୍କ ମୃତ୍ୟୁ ଘଟିଥିଲ।।ଏହାପରେ ଘଟଣାସ୍ଥଳରୁ ଏକ କାର୍‌ରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ ଦୁର୍ବୃତ୍ତ। ସ୍ୱାମୀ ସ୍ତ୍ରୀଙ୍କୁ ହତ୍ୟା ବେଳର ଚିତ୍ର ରାସ୍ତାରେ ଯାଉଥିବା ଲୋକ ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ଏହାକୁ ନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

ଏହି ହତ୍ୟା ଘଟଣା ପଛରେ ଜଣେ ଟିଆରଏସ୍‌ ଲିଡରଙ୍କ ହାତ ଥିବା ମୃତକଙ୍କ ପରିବାର ପକ୍ଷରୁ କୁହାଯାଇଛି। ପୂର୍ବରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୁଲିସ୍‌ କମିଶନରଙ୍କୁ ଜଣାଇଥିଲେ ଗଟୁ ବାମନ ରାଓ। ଏମିତି କି ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ମଧ୍ୟ ଏନେଇ ସେ ପୂର୍ବରୁ ଜଣାଇଥିଲେ। ପୁଲିସ୍‌ ସେମାନଙ୍କୁ ଧମକ ଦେଉଥିବା ସହ ସହଯୋଗ କରୁ ନ ଥିବା ନେଇ ଓକିଲ ଦମ୍ପତି ଗତ ସେପ୍ଟେମ୍ବରରେ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ହେଲେ ପୁଲିସ୍‌ ଏହି ଘଟଣାକୁ ଗୁରୁତର ସହ ନେଇ ପଦକ୍ଷେପ ଗ୍ରହଣ ନ କରିବାରୁ ଅସନ୍ତାଷ ପ୍ରକାଶ ପାଇଛି।

Comments are closed.