Odisha Link
Bridging the Missing Links in Odisha

ପରୀ ହତ୍ୟା ମାମଲା: ଅପରାଧ ସ୍ବୀକାର କଲା ଅଭିଯୁକ୍ତ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଏକ ବଡ଼ ପ୍ରମାଣ ସାମ୍ନାକୁ ଆସିଛି। ହତ୍ୟା ଘଟଣାରେ ନେଇ ନାବାଳକ ଅଭିଯୁକ୍ତ ସ୍ୱୀକାରୋକ୍ତିର ଭିଡିଓ ଏବେ ସାମ୍ନାକୁ ଆସିଛି। ପରୀକୁ କିପରି ହତ୍ୟା କରିଥିଲା, କେମିତି ଫିଙ୍ଗିଥିଲା ଏବଂ ପ୍ରମାଣ ନଷ୍ଟ ପାଇଁ କରିଥିବା ସବୁ ଯୋଜନା ବଖାଣିଛି ନାବାଳକ ଅଭିଯୁକ୍ତ। ସ୍ୱୀକାରୋକ୍ତି ଭିଡିଓରେ ପରୀର ତଣ୍ଟି ଚିପି ହତ୍ୟା କରିଥିବା ନେଇ କହିଛି ଅଭିଯୁକ୍ତ।

ପ୍ରଥମେ ପରୀକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ ପରେ ପରୀକୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି। ପରୀର ମୃତ୍ୟୁ ପରେ ଦୁଃଖ ଲାଗିବାରୁ ଆଉ ଦୁଷ୍କର୍ମ କରିନଥିଲା ବୋଲି କହିଛି ଅଭିଯୁକ୍ତ। ଏହାସହ ପରୀକୁ ହାତ ଠାରି ଡାକିଥିଲା ଅଭିଯୁକ୍ତ। ପରୀକୁ ଡାକିବା ବେଳେ ମାଆ କି ଭଉଣୀ କେହି ନଥିଲେ। ଏହି ସମୟରେ ଦୁଷ୍କର୍ମ କରିବା ଉଦ୍ଦେଶ୍ୟରେ ପରୀର ହାତ ଧରି ପକାଇଥିଲି ବୋଲି କହିଛି ଅଭିଯୁକ୍ତ।

ମୃତ୍ୟୁ ପରେ ଝୋଟ ଅଖାରେ ଗୁଡ଼ାଇ ଫିଙ୍ଗି ଦେଇଥିଲା ମୃତଦେହ। ହାତରେ ମୃତଦେହ ଟେକି ନେଇ ବାରିପଟ ପୋଖରୀରେ ଫିଙ୍ଗିଥିଲା ମୃତଦେହ ଫୋପାଡିବା ପୂର୍ବରୁ ଲେଗିନସକୁ ପୋଖରୀରେ ଫିଙ୍ଗିଥିଲା ଅଭିଯୁକ୍ତ। ମୃତଦେହକୁ ଗୋଡ ପଟୁ ଧରି ଝୋଟ ଅଖାରେ ପୂରାଇଥିଲା ଅଭିଯୁକ୍ତ। ତେବେ ମୃତଦେହ ଫିଙ୍ଗିବା ପରେ ଅଭିଯୁକ୍ତ ଗାଧୋଇଥିଲା। ପରୀର ମାଆ ଆସି ଝିଅ ବିଷୟରେ ପଚାରିବାରୁ ଦେଖିନାହିଁ ବୋଲି କହିଥିଲା ଅଭିଯୁକ୍ତ। ସ୍ୱୀକାରୋକ୍ତି ଭିଡିଓରେ ତଳେ ପକାଇ ତଣ୍ଟି ଚିପି ଦେଇଥିବା କହିଛି ଅଭିଯୁକ୍ତ।

Comments are closed.