Odisha Link
Bridging the Missing Links in Odisha

ଉନ୍ନାଓରେ ଲଜ୍ଜା: ୩ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୨ ମୃତ

ଉନ୍ନାଓ: ଉତ୍ତରପ୍ରଦେଶ ଉନ୍ନାଓରେ ଲଜ୍ଜା। ୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ଓଢ଼ଣୀରେ ବାନ୍ଧି ଫିଙ୍ଗିଦେଲେ ଦୁର୍ବୃତ୍ତ। ସନ୍ଦିଗ୍ଧ ଅବସ୍ଥାରେ ପୋଲିସ ୩ ନାବାଳିକାଙ୍କୁ ଉଦ୍ଧାର କରିଛି। ସେଥିମଧ୍ୟରୁ ଦୁଇ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଅନ୍ୟଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। କାନପୁରର ଏକ ହସ୍ପିଟାଲରେ ନାବାଳିକାଙ୍କର ଚିକିତ୍ସା ଚାଲିଛି।

ପୁରା ଘଟଣାର ଏକମାତ୍ର ସାକ୍ଷୀ ଥିବା ଗୁରୁତର ନାବାଳିକାଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ନେବାକୁ ଦାବି କରିଛି ଭୀମ୍‌ ଆର୍ମି ଓ କଂଗ୍ରେସ୍। କରାଯିବା ଆବଶ୍ୟକ ରହିଛି। ଏବଂ ମୃତ ଦୁଇ ନାବାଳିକାଙ୍କ ପାଇଁ ନ୍ୟାୟ ଦାବି କରିଛି କଂଗ୍ରେସ। ସମ୍ପୃକ୍ତ ୩ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇ ନ ଥିବା ପୋଲିସ କହୁଥିବା ବେଳେ, ଦୁଷ୍କର୍ମ ପରେ ସେମାନଙ୍କୁ ମୁର୍ମୁଷୁ ଅବସ୍ଥାରେ ଫୋପାଡ଼ି ଦିଆଯାଇଥିବା ନେଇ ଚର୍ଚ୍ଚା ହେଉଛି।

Comments are closed.