Odisha Link
Bridging the Missing Links in Odisha

ଖାଦ୍ୟ ପାଇଁ ଜନବସତି ମୁହାଁ ହାତୀପଲ

ସାନଖେମୁଣ୍ଡି : ଖାଦ୍ୟ ପାଇଁ ଜନ ବସତିକୁ ମୁହାଁ ଉଛନ୍ତି ହାତୀପଲ। ଆସିକାରେ ଶେରଗଡ଼ରେ ୧୬ଟିକିଆ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି। ଯାହାକୁ ନେଇ ଅଞ୍ଚଳବାସୀ ଭୟରେ ଜୀବନ ଅତିବାହିତ କରୁଛନ୍ତି।

ପ୍ରକାଶ ଯେ, ରାତିରେ ଖାଦ୍ୟ ଅନ୍ୱେଷଣରେ ହାତୀପଲ ଜନ ବସତି ମୁହାଁ ହେଉଛନ୍ତି। ଶେରଗଡ଼ ବ୍ଲକ ଅଞ୍ଚଳରେ ହାତୀ ପଲ ପଶି ଫସଲ ଦଳି ଚକଟି ନଷ୍ଟ କରୁଛନ୍ତି। ଅନେକ ଫସଲ ବ୍ୟାପକ ପରିମାଣରେ ନଷ୍ଟ ହେଉଛି ।ଯାହାକୁ ନେଇ ଚିନ୍ତାରେ ଚାଷୀ।

ସରକାରୀ ସହାୟତାକୁ ଅପେକ୍ଷା କରିଛି ଚାଷୀ। ଏହି ହାତୀପଲରେ ୪ଟି ଛୁଆ, ୯ଟା ମାଇ ସହ ୨ଟି ଦନ୍ତା ହାତୀ ରହିଛନ୍ତି। ସେହିପରି ହାତୀପଲଙ୍କୁ ଘଉଡାଇବାରେ ବନ ବିଭାଗର ବିଫଳତା ନେଇ ସାଧାରଣରେ ଅସନ୍ତୋଷ ବଢିଚାଲିଛି।

Comments are closed.