Odisha Link
Bridging the Missing Links in Odisha

ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ

ଭୁବନେଶ୍ୱର: ଆଜି ଠାରୁ ଷୋଡଶ ବିଧାନସଭାର ଷଷ୍ଠ ଅଧିବେଶନ। ବଜେଟ ଅଧିବେଶନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଅଛନ୍ତି। ବିଧାନସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଗାର୍ଡ଼ ଅଫ ଅନର ସହ ସ୍ୱାଗତ କରାଯାଇଛି। ବିଧାନସଭାର ବଜେଟ୍‌ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି।

ଦିବଂଗତ ପୂର୍ବତନ ସଦସ୍ୟଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଶୋକ ପ୍ରସ୍ତାବ ଦେଇଛନ୍ତି। ସହିଦ ଯବାନ ଓ କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ସହ କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ ବୋଲି କହିଛନ୍ତି ରାଜ୍ୟପାଳ। ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ବୋଲି ରାଜ୍ୟପାଳ କହିଛନ୍ତି।

ଚଳିତ ଅଧିବେଶନ ପାଇଁ ସମୟ ସାରଣୀ ବଦଳିଥିବା ବେଳେ ଏଥର ପେପରଲେସ୍ ହେବ ବିଧାନସଭା କାର୍ଯ୍ୟ। ବଜେଟ୍‌ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ରହିବ। ଏଥିସହ ମୁଲତବୀ ଆଲୋଚନା ବି ହେବ। ଦୈନିକ ୫ଘଣ୍ଟା ଚାଲିବ ଗୃହ। ଦୈନିକ ଦୁଇଟି ପର୍ଯ୍ୟାୟରେ ଅଧିବେଶନ ଚାଲିବ। ସକାଳ ୧୦ଟା ୩୦ରୁ ଦିନ ସାଢ଼େ ଗୋଟାଏ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ ଗୃହ। ଫେବ୍ରୁଆରୀ ୧୮ରୁ ୨୮ ଯାଏଁ ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଥିବା ବେଳେ, ମାର୍ଚ୍ଚ ୧୧ରୁ ୩୧ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ। ଆସନ୍ତା ୨୨ ତାରିଖ ଦିନ ଅର୍ଥମନ୍ତ୍ରୀ ବଜେଟ୍‌ ଆଗତ କରିବେ।

Comments are closed.