Odisha Link
Bridging the Missing Links in Odisha

କେନାଲରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର

ମାହାଙ୍ଗା: କେନାଲରୁ ବିଧବା ମହିଳାଙ୍କ ମୃତଦେହ ଉଦ୍ଧାର। ଉକ୍ତ ମହିଳା ଜଣଙ୍କ କଟକ ଜିଲ୍ଲାର ମାହାଙ୍ଗା ଥାନା ଭେଡ଼ା ସାଲେପୁର ଗ୍ରାମର ବୋଲି ସୂଚନା ମିଳିଛି। ମହିଳାଙ୍କ ନାଁ ଅନ୍ନପୂର୍ଣ୍ଣା ମହାପାତ୍ର।

ପ୍ରକାଶ ଯେ , ମାହାଙ୍ଗା ଥାନା ଭେଡ଼ା ସାଲେପୁର ଗ୍ରାମରେ ବାସ ଅନ୍ନପୂର୍ଣ୍ଣା କରୁଥିଲେ। ତାଙ୍କ ସ୍ବାମୀଙ୍କର ତିନି ବର୍ଷ ତଳଳେ ମୃତ୍ୟୁ ହୋଇଯାଇଥିଲା। ସେ ତାଙ୍କର ଏକମାତ୍ର ପୁଅକୁ ନେଇ ରହୁଥିଲେ।

ଗତ କିଛିଦିନ ହେବ ପୁଅ ବାହାରକୁ କାମ କରିବାକୁ ଚାଲି ଯାଇଥିବାରୁ ଅନ୍ନପୂର୍ଣ୍ଣା ଏକୁଟିଆ ରହୁଥିଲେ। ଆଜି ଘର ଠାରୁ ୨ଶହ ମିଟର ଦୂର ଏକ ନାଳି ମଧ୍ୟରୁ ତାଙ୍କ ମୃତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପ୍ରଚାରିତ ହେବା ପରେ ଘଟଣା ସ୍ଥ‌ଳରେ ସ୍ଥାନୀୟ ଲୋକଙ୍କ ଭିଡ଼ ଜମିଥିଲା।

ମହିଳାଙ୍କ ବାପଘର ଲୋକେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ। ମୃତ ମହିଳାଙ୍କ ଜଣଙ୍କ ଶୌଚ ହେବା ପାଇଁ ଯାଇଥିବାବେଳେ ସୁଯୋଗ ପାଇ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇ ହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।

Comments are closed.