Odisha Link
Bridging the Missing Links in Odisha

ଅଗ୍ନିରେ ଜଳି ଗଲା ୧୦ ବଖରା ଘର

ସୋର: ନିଆଁରେ ଜଳି ଗଲା ୧୦ ବଖରା ଘର। ଏହି ଭୟାବହ ଅଗ୍ନିକାଣ୍ଡଟି ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍ ସରସଙ୍ଖ ପଞ୍ଚାୟତ ସରସଙ୍ଖ ଗାଁରେ ଘଟିଛି। ଏହି ଅଗ୍ନିକାଣ୍ଡଟି ବିଦ୍ୟୁତ ସର୍ଟ ସର୍କିଟ୍ କାରଣରୁ ହୋଇଛି।

ପ୍ରକାଶ ଯେ, ଗାଁର କେଳୁ ଚରଣ ବେହେରାଙ୍କ ଘରେ ବିଦ୍ୟୁତ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗି ଯାଇଥିଲା । ଗ୍ରାମବାସୀମାନେ ନିଆଁ ଲିଭାଇବାକୁ ଚେଷ୍ଟା କରିବା ସହ ସୋର ଅଗ୍ନିଶମବାହିନୀକୁ ଖବର ଦେଇଥିଲେ।

ଖବର ପାଇ ସୋରରୁ ଦୁଇଟି ଦମକଳ ଗଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଘରୁ କୌଣସି ଜିନିଷ ପତ୍ର ବାହାର କରିବା ସମ୍ଭବ ନ ଥିଲା। ଫଳରେ ଘରେ ଥିବା ଲକ୍ଷାଧିକ ଟଙ୍କାର ଧାନ, ଚାଉଳ, ଆସବାବପତ୍ର ନିମିଷକେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା ।

Comments are closed.