Odisha Link
Bridging the Missing Links in Odisha

ପୁଣି ସାହାର୍ଯ୍ୟର ହାତ ବଢ଼ାଇଲେ ସୋନୁ, ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ

ମୁମ୍ବାଇ: ଗତ ଫେବୃଆରୀ ୭ ତାରିଖରେ ଉତ୍ତରାଖଣ୍ଡରେ ହୋଇଥିବା ଜଳପ୍ରଳୟରେ ବହୁ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ପରିବାର ଅନାଥ ମଧ୍ୟ ହୋଇଛନ୍ତି। ଏବେ ବି ନିଖୋଜ ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ସମୟରେ ସହାୟତାର ହାତ ବଢ଼ାଇଛନ୍ତି ବଲିଉଡର ଅଭିନେତା ତଥା ରିଅଲ ହିରୋ ସୋନୁ ସୁଦ୍।

ସର୍ବଦା ବେସାହାରା ଲୋକଙ୍କୁ ସାହାର୍ଯ୍ୟ କରିଆସୁଥିବା ସୋନୁ ଏବେ ପୁଣି ନିଜ ମହାନତା ଦେଖାଇଛନ୍ତି। ଉତ୍ତରାଖଣ୍ଡର ଚାମୋଲୀରେ ହୋଇଥିବା ଜଳ ପ୍ରଳୟରେ ପ୍ରାଣ ହରାଇଥିବା ଜଣେ ବ୍ୟକ୍ତିଙ୍କ ପରିବାରକୁ ସାହାରା ଦେବେ ସୋନୁ। ଏହି ବ୍ୟକ୍ତିଙ୍କ ୪ ଜଣ ଝିଅକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସୋନୁ। ଜଣେ ଜାତୀୟ ସ୍ତରର ସାମ୍ବାଦିକ ଏନେଇ ଟ୍ୱିଟ କରି ଏହି ଝିଅମାନଙ୍କୁ ସାହାଯ୍ୟ କରିବାକୁ ସୋନୁଙ୍କୁ ନିବେଦନ କରିଥିଲେ। ଆଉ ସୋନୁ ଟ୍ୱିଟର ରିପ୍ଲାଏ ଦେଇ କହିଥିଲେ ଏ ପରିବାର ଏବେ ମୋର। ସୋନୁଙ୍କ ଏହି ମହାନ କାମ ପାଇଁ ତାଙ୍କୁ ଏବେ ଚାରିଆଡୁ ସାବାସୀର ସୁଅ ଛୁଟୁଛି।

ଉତ୍ତରାଖଣ୍ଡ ଟିହିରି ଜିଲ୍ଲାର ଆଲମ ସିଂ ପୁଡରୀ ପେଶାରେ ଜଣେ ଇଲେକ୍ଟ୍ରି ମେକାନିକ ଥିଲେ। ଚାମୋଲୀ ଜଳ ପ୍ରଳୟ ସମୟରେ ଆଲମ ସେହି ଟନେଲ ଭିତରେ କାମ କରୁଥିଲେ ଏବଂ ଜଳ ପ୍ରଳୟରେ ତାଙ୍କର ମୃତ୍ୟୁ ହୋଇଛି। ଆଲମଙ୍କ ମୃତ୍ୟୁରେ ତାଙ୍କ ପରିବାର ବେସାହାରା ହେବା ସହ ଭାଙ୍ଗି ପଡିଥିଲେ। ଏବେ ଏହି ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସୋନୁ। ୪ ଜଣଙ୍କ ପାଠ ପଢାଠୁ ଆରମ୍ଭ କରି ବିବାହ ପର୍ୟ୍ୟନ୍ତ ସବୁ ଖର୍ଚ୍ଚ ଉଠାଇବେ ସୋନୁ।

 

Comments are closed.