୨୦ ଜଣ ଶିଶୁ ଶ୍ରମିକ ଉଦ୍ଧାର

ରାୟଗଡ଼ା: ଚାଲାଣ ବେଳେ ୨୦ ଜଣ ଶିଶୁ ଶ୍ରମିକ ଉଦ୍ଧାର। ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସଦର ବଙ୍ଗାଳିଗୁଡା ନିକଟରୁ ୨୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଏହି ଶିଶୁଙ୍କୁ ଆନ୍ଧ୍ର ଚାଲାଣ କରାଯିବା ସମୟରେ ଚାଇଲ୍ଡଲାଇନ୍ ସଦସ୍ୟମାନେ ଉଦ୍ଧାର କରିଛନ୍ତି।
ଏହି ୨୦ ଶିଶୁ ଶ୍ରମିକଙ୍କୁ ଆନ୍ଧ୍ରର କୁରୁଫାମକୁ ଚାଲାଣ କରାଯାଉଥିବା ଚାଇଲ୍ଡଲାଇନ ସଦସ୍ୟ ଦୁର୍ଗାପ୍ରସାଦ ସେନାପତି ସୂଚନା ଦେଇଛନ୍ତି। ଉଦ୍ଧାର ଶିଶୁ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରକୁ ପଠାଇ ଦିଆଯାଇଛି।
ସୂଚନା ମୁତାବକ, ଜଣେ ଦଲାଲ ୨ଟି ମିନିଭ୍ୟାନ୍ ଜରିଆରେ ପିଲାମାନଙ୍କୁ ଆନ୍ଧ୍ର ଚାଲାଣ କରୁଥିଲା। ଏନେଇ ଖବର ପାଇ ଚାଇଲ୍ଡଲାଇନ ସଦସ୍ୟମାନେ ରାମନାଗୁଡ଼ା ପୁଲିସ ସହ ସେଠାରେ ପହଞ୍ଚିଥିଲେ। ପୁଲିସକୁ ଦେଖି ଦଲାଲ ଫେରାର ହୋଇଯାଇଥିଲା। ଉଦ୍ଧାର ଶିଶୁଶ୍ରମିକମାନେ ବଙ୍ଗାଳିଗୁଡା, ପୁରଟିଗୁଡା, ପାରିଖିତି ଗ୍ରାମର ବୋଲି ଜଣାପଡିଛି।
Comments are closed.