Odisha Link
Bridging the Missing Links in Odisha

ଆସନ୍ତାକାଲି ରାଜ୍ୟ ବଜେଟ୍

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟ ବଜେଟ୍। ଏହି ବଜେଟ୍‌ରେ ଗତବର୍ଷ ତୁଳନାରେ ଚଳିତ ବର୍ଷର ବଜେଟର ପରିମାଣ ବୃଦ୍ଧି ପାଇପାରେ। ସୂଚନା ଅନୁସାରେ, ବଜେଟର ବ୍ୟୟ ଅଟକଳ ପାଖାପାଖି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଛୁଇଁପାରେ। କରୋନାର ମହାମାରୀ ରାଜ୍ୟ ଅର୍ଥନୀତିକୁ ଦୋହଲାଇ ଦେଇଥିବା ବେଳେ କେନ୍ଦ୍ର ବଜେଟରେ ରାଜ୍ୟକୁ ମିଳୁଥିବା ଅନୁଦାନ କମିଥିବା ରାଜ୍ୟ ସରକାର ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ବଜେଟ କିଭଳି ଲୋକାଭିମୂଖୀ ହୋଇପାରିବ ଏବଂ ସାଧାରଣ ବର୍ଗକୁ ଛୁଇଁବ ତାହ ଉପରେ ସମସ୍ତଙ୍କ ନଜର।

ଚଳିତ ବର୍ଷ ବଜେଟରେ ରାଜ୍ୟ ସରକାରଙ୍କ ପ୍ରାଥମିକତାର ଶୀର୍ଷରେ ରହିଛି ସ୍ୱାସ୍ଥ୍ୟ ବିଭାଗ। ସ୍ୱାସ୍ଥ୍ୟ ଭିତ୍ତିଭୂମିରୁ ଆରମ୍ଭ କରି ନିଯୁକ୍ତ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇପାରେ। ବଜେଟରେ ପଞ୍ଚାୟତିରାଜ ବିଭାଗ ମଧ୍ୟ ଫୋକସରେ ରହିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବିଭାଗ ପାଇଁ ଅଧିକ ବ୍ୟୟବରାଦ କରିପାରନ୍ତି ରାଜ୍ୟ ସରକାର। ସେହିପରି ଆଗକୁ ପୌର ନିର୍ବାଚନ ଥିବାରୁ ସହରାଞ୍ଚଳ ଲୋକଙ୍କୁ ପ୍ରାଥମିକତା ଦେଇପାରନ୍ତି ସରକାର। ଗ୍ରାମାଞ୍ଚଳ ଭଳି ସହରାଞ୍ଚଳ ଲୋକଙ୍କୁ ନିଯୁକ୍ତି ଓ ରୋଜଗାର ସମ୍ପର୍କିତ କିଛି ନୂଆ ପଦକ୍ଷେପ ନେଇପାରନ୍ତି ସରକାର।

ଏଥିସହ ମନ୍ଦିର ଗୁଡ଼ିକର ବିକାଶ ପାଇଁ ପୁରୀ, ଲିଙ୍ଗରାଜ, କୋଣାର୍କ ଏବଂ ସମଲେଶ୍ୱରୀ ମନ୍ଦିର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିପାରନ୍ତି ରାଜ୍ୟ ସରକାର। ସେହିପରି ପାନୀୟ ଜଳ, ଗ୍ରାମାଞ୍ଚଳ ବିକାଶ, ଶିକ୍ଷା, କୃଷି, କ୍ଷୁଦ୍ରଶିଳ୍ପ ଉପରେ ରାଜ୍ୟ ସରକାର ଅଧିକ ଫୋକସ୍ କରିପାରନ୍ତି।

Comments are closed.