Odisha Link
Bridging the Missing Links in Odisha

ପ୍ରେମରେ ଧୋକା ପାଇ ଯୁବତୀଙ୍କ ଆତ୍ମହତ୍ୟା

ବାଲେଶ୍ୱର : ବାଲେଶ୍ବର ଜିଲ୍ଲା ଖଇରା ଥାନା ତୁଟ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମରେ ଧୋକା ପାଇବା ପରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ତୁଟ ଗାଁର ଭରତ ଚରଣ ବେହେରାଙ୍କ ୨୩ ବର୍ଷୀୟ ଝିଅ ସସ୍ମିତା ଶାଢୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ସସ୍ମିତା ବର୍ଷେ ହେବ ଜଣେ ଯୁବକକୁ ଭଲ ପାଉଥିଲେ । କିନ୍ତୁ ପ୍ରେମିକ ବିବାହିତ ଜଣାପଡ଼ିବା ପରେ ସସ୍ମିତାକୁ ବଡ ଧୋକା ମିଳିଥିଲା । ଫଳରେ ସେ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସସ୍ମିତାଙ୍କ ମୋବାଇଲ ଜବତ କରିଛି, ଯେଉଁଥିରେ ସେ ଭଲ ପାଉଥିବା ପୁଅ ସହ ଚାଟିଂ କରିଥିଲେ ।

Comments are closed.