Odisha Link
Bridging the Missing Links in Odisha

ଡବଲ୍ ଫାଇନ୍ ମାଗିବାରୁ ଟୋଲଗେଟ୍ କର୍ମଚାରୀଙ୍କୁ ମାଡ଼

ଖଲିକୋଟ୍: ଦୁଇ ଗୁଣ ଟୋଲ ଫି’ ମାଗିବାରୁ ଟୋଲଗେଟୋ ନିକଟରେ ଗଣ୍ଡଗୋଳ। ଗାଡ଼ିରେ ଫାସଟ୍ୟାଗ ବ୍ୟବସ୍ଥା ନଥିବାରୁ ଟୋଲଗେଟ କର୍ମଚାରୀ ବସକୁ ଦୁଇଗୁଣା ଟୋଲ ଫି’ ମାଗିଥିଲେ । ଫଳରେ ଟୋଲଗେଟ କର୍ମଚାରୀ ଓ ଗାଡ଼ିରେ ବସିଥିବା ଲୋକ ହାତାହାତି ହୋଇଛନ୍ତି ।

ଗତକାଲି ବିଳମ୍ବିତ ରାତ୍ରରେ ବାଲୁଗାଁରୁ ବ୍ରହ୍ମପୁରକୁ ୬ଟି ଗାଡ଼ିରେ ବରଯାତ୍ରୀ ଯାଉଥିଲା । ଗାଡ଼ିରେ ଫାସଟ୍ୟାଗ ନଥିବାରୁ ଟୋଲ କର୍ମଚାରୀ ଦୁଇ ଗୁଣ ଟୋଲ୍ ଫି’ ମାଗିଥିଲେ। ଏହା ପରେ ବସରେ ବସିଥିବା ଲୋକ ହଠାତ ଆସି କର୍ମଚାରୀଙ୍କ ସହ ପାଟିତୁଣ୍ଡ କରିବା ସହ ମାରପିଟ ମଧ୍ୟ କରିଥିଲେ। ନିଜକୁ ନେଭି ସର୍ଭିସ କରୁଛି କହି ସମସ୍ତ ଗାଡ଼ିକୁ ପାସ କରିବାକୁ କହିଥିଲେ।

ଟୋଲ କର୍ମଚାରୀ ମନା କରିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପରିକି ପରବର୍ତ୍ତୀ ସମୟରେ ଏହା ମାରପିଟ୍‌ରେ ପରିଣତ ହୋଇଥିଲା।ଏହି ଗଣ୍ଡଗୋଳରେ ଟୋଲଗେଟର ୩ଜଣ କର୍ମଚାରୀ ଆହତ ହୋଇଛନ୍ତି । ପରେ ଘଟଣା ସ୍ଥଳକୁ ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏନେଇ ଉଭୟ ପକ୍ଷରୁ ଖଲ୍ଲିକୋଟ ଥାନାରେ ଏତଲା ଦିଆଯାଇଛି ।

Comments are closed.