Odisha Link
Bridging the Missing Links in Odisha

ଶନିବାର ମାସ୍କ ପିନ୍ଧିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ, ରବିବାର ବିନା ମାସ୍କରେ ବୁଲିଲେ ଜିଲ୍ଲାପାଳ

ବ୍ରହ୍ମପୁର: ଦେଶର କିଛି ଅଞ୍ଚଳରେ ପୂର୍ବ ଅପେକ୍ଷା କରୋନା ସଂକ୍ରମଣ ମାମଲା ବଢ଼ିବାରେ ଲାଗିଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର କରୋନା କଟକଣା କଡ଼ାକଡ଼ି କରିବାକୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ନଜରରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଅନେକ ସତର୍କତାମୂଳକ ପଦକ୍ଷେପ ନେଇଛି। ଏନେଇ ଶନିବାର ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏସ୍‌ଓପି ଜାରି କରିବା ସହ ମାସ୍କ ପିନ୍ଧିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲେ।

ଏପରିକି ଯେଉଁମାନେ ମାସ୍କ ପିନ୍ଧିବେନି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ଜାରି ହେବାର ପରଦିନ ଅର୍ଥାତ୍‌ ରବିବାର ଜିଲ୍ଲାପାଳ କୁଲାଙ୍ଗେ ନିଜେ ନିଜର ନିର୍ଦ୍ଦେଶ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳିଛି।

ରବିବାର ସକାଳେ ସେ ସାଇକେଲରେ ସହର ସାରା ବୁଲିବୁଲି ସହରର ପରିମଳ ବ୍ୟବସ୍ଥାର ତଦାରଖ କରିଥିଲେ। କିନ୍ତୁ ତାଙ୍କ ମୁହଁରେ ମାସ୍କ ନଥିଲା। ତାଙ୍କ ସହ ଉପସ୍ଥିତ ଥିବା ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) କମିଶନର ଡ.ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବି.କିର୍ତ୍ତି ଭାସନ କିନ୍ତୁ ମାସ୍କ ପିନ୍ଧିଥିଲେ।ଅଧିନସ୍ଥ ଅଧିକାରୀମାନେ ନିୟମ ମାନିଥିବା ବେଳେ ଜିଲ୍ଲାପାଳ ମାସ୍କ ନି ପିନ୍ଧିବାକୁ ନେଇ ସହରରେ ଚର୍ଚ୍ଚା ଲାଗି ରହିଛି। କିନ୍ତୁ ଭ୍ରମଣର ଶେଷ ପର୍ଯ୍ୟାୟରେ ଅର୍ଥାତ୍‌ ଟାଟା ବେଞ୍ଜ ଛକରେ ପହଞ୍ଚିଲା ବେଳକୁ ସେ ତ୍ରୁଟି ବୁଝିପାରି ମାସ୍କ ପିନ୍ଧିଥିଲେ।

Comments are closed.