Odisha Link
Bridging the Missing Links in Odisha

ଓଡ଼ିଶା ବଜେଟ୍‌ :୪୪ ହଜାର କୋଟି ଋଣ କରିବେ ସରକାର

ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଥମଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ୨୦୨୧-୨୨ ଆର୍ଥିକ ବଜେଟ ଉପସ୍ଥାପନ କରିଛନ୍ତି। ଓଡ଼ିଶା ସରକାରଙ୍କ ରାଜସ୍ୱ ସଂଗ୍ରହ ୧ ଲକ୍ଷ ୨୫ ହଜାର ୬୦୦ କୋଟି ରହିବା ଅଟକଳ କରାଯାଉଛି । ଅବଶିଷ୍ଟ ୪୪ ହଜାର ୪୦୦ କୋଟି ଋଣ ଓ ଅନ୍ୟାନ୍ୟ ସୁତ୍ରରୁ ଆଦାୟ କରାଯିବ । ତେବେ ନିଟ୍ ଋଣ ପରିମାଣ ୧୮ ହଜାର ୪୬୫ କୋଟି ରହିବ ।

ରାଜ୍ୟ ସରକାରଙ୍କ ଧାର୍ଯ୍ୟ ୧ ଲକ୍ଷ ୨୫ ହଜାର କୋଟି ରାଜସ୍ୱ ସଂଗ୍ରହ ମଧ୍ୟରୁ ୩୭,୫୦୦ କୋଟି ସରକାରଙ୍କ ନିଜସ୍ୱ ଟିକସ ସଂଗ୍ରହ, ୨୦ ହଜାର କୋଟିର ଅଣ-ଟିକସ ରାଜସ୍ୱ ସଂଗ୍ରହ ଓ କେନ୍ଦ୍ରୀୟ ଟିକସରେ ରାଜ୍ୟ ଭାଗ ୩୦ ହଜାର ୧୩୭ କୋଟି ଟଙ୍କା ରହିବ।

ସେହିପରି ଜିଏସଟି କ୍ଷତିପୂରଣ ଓ କେନ୍ଦ୍ରୀୟ ଅନୁଦାନ ମାଧ୍ୟମରେ ରାଜ୍ୟ ସରକାର ୩୭ ହଜାର ୯୬୩ କୋଟି ପାଇବେ । ଏଥର ରାଜ୍ୟର ଆର୍ଥିକ ନିଅଣ୍ଟ ପରିମାଣ ରାଜ୍ୟ ଜିଡିପିର ୩ ପ୍ରତିଶତ ରହିବା ଅଟକଳ କରାଯାଉଛି ।

Comments are closed.