Odisha Link
Bridging the Missing Links in Odisha

କେମିକାଲ କାରଖାନାରେ ବିସ୍ଫୋରଣ, ୨୪ ଗୁରୁତର

ଅହମ୍ମଦାବାଦ: ଗତ କାଲି ବିଳମ୍ବିତ ରାତିରେ ଗୁଜୁରାଟର ଭରୁଚରେ ଥିବା ୟୁପିଏଲ-୫ କେମିକାଲ କାରଖାନାରେ ଏକ ବଡ ଦୁର୍ଘଟଣା ଘଟିଯାଇଛି।  ବିସ୍ଫୋରଣ ଯୋଗୁଁ ପ୍ଲାଣ୍ଟରେ କାମ କରୁଥିବା ୨୪ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ ମଙ୍ଗଳବାର ଭୋର ୨ଟା ବେଳେ ଭରୁଚର ଝଗଡ଼ିଆରେ ଥିବା ଏହି କାରଖାନାରେ ବିସ୍ଫୋରଣ ହୋଇଥିଲା ।

ଘଟଣାସ୍ଥଳରେ ବର୍ତ୍ତମାନ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ୧୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଶବ୍ଦ ଶୁଣିବାକୁ ମିଳିଥିଲା ।

ଗୁରୁତର ଆହତ ହୋଇଥିବା ୨୪ କର୍ମଚାରୀଙ୍କୁ ଭରୁଚ ଓ ବଡୋଦରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବିସ୍ଫୋରଣର କାରଣ ଜଣାପଡ଼ିନଥିଲେ ବି ରାସାୟନିକ ପ୍ରତିକ୍ରିୟା ଯୋଗୁଁ ନିଆଁ ଲାଗିଯାଇଥିବାର ସନ୍ଦେହ କରାଯାଉଛି।

Comments are closed.