Odisha Link
Bridging the Missing Links in Odisha

ଭୁବନେଶ୍ୱର ଏୟାରପୋର୍ଟରେ ସବୁ ଯାତ୍ରୀଙ୍କ ସ୍କ୍ରିନିଂ

ଭୁବନେଶ୍ବର: କରୋନାର ଦ୍ୱିତୀୟ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।  ଏୟାରପୋର୍ଟରେ ଯାତ୍ରୀଙ୍କ ସ୍କ୍ରିନିଂ ଆରମ୍ଭ କରାଯାଇଛି। ଏହି ପଦକ୍ଷେପ ବି ଏମ୍‌ ସି ପକ୍ଷରୁ ନିଆଯାଇଛି।

ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ କରାଯାଉଛି ସ୍କ୍ରିନିଂ। ସ୍କ୍ରିନିଂ ବେଳେ ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରାଯିବ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କ୍ରିନିଂ ପାଇଁ ୨ଟି ଟିମ୍‌ ନିୟୋଜିତ କରାଯାଇଛି। ଭୁବନେଶ୍ୱର ବିମାନବନ୍ଦରରେ ଟେଷ୍ଟିଂ ସେଣ୍ଟର କରାଯିବା ବୋଲି ଗତକାଲି ସୂଚନା ଦେଇଥିଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

Comments are closed.