Odisha Link
Bridging the Missing Links in Odisha

ଓଡ଼ିଶାକୁ ଫେରୁଥିବା ୨ ଜଣ ବ୍ୟକ୍ତି କରୋନା ପଜିଟିଭ

ଭୁବନେଶ୍ୱର: ଓଡ଼ିଶାକୁ ଫେରୁଥିବା ୨ ଜଣ ବ୍ୟକ୍ତିଙ୍କ ମଧ୍ୟରେ କରୋନା ପଜିଟିଭ ଦେଖାଯାଇଛି। ଏହା ବିଏମ୍‌ସିର ଅତିରିକ୍ତ କମିଶନର୍ ଶୁଭେନ୍ଦୁ ସାହୁ ଏହି ସୂଚନା ଦେଇଛନ୍ତି। ୨ ଜଣଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଫେରିଛନ୍ତି ଓ ସେ ହୋମ୍ ଆଇସୋଲେସନରେ ଅଛନ୍ତି। ଅନ୍ୟ ଜଣଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ଦେଖି ଭୁବନେଶ୍ୱର ଏୟାରପୋର୍ଟରେ ପୁଣି ଥରେ ସ୍କ୍ରିନିଂ ଆରମ୍ଭ ହୋଇଛି। ସ୍କ୍ରିନିଂ ବେଳେ କୋଭିଡର କିଛି ଲକ୍ଷଣ ଦେଖାଦେଲେ ତତ୍‌କ୍ଷଣାତ ଟେଷ୍ଟ କରାଯିବ। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କ୍ରିନିଂ ପାଇଁ ୨ଟି ଟିମ୍ ନିୟୋଜିତ ହୋଇଛନ୍ତି।

ଏୟାରପୋର୍ଟରେ କରୋନା ଟେଷ୍ଟିଂ ନେଇ ବିଏମ୍‌ସି କମିଶନର୍ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି, ଏୟାରପୋର୍ଟରେ ହେଲ୍‌ପ୍‌ ଡେସ୍କ କରାଯାଇଛି। ସେଠାରେ ୨ଟି ସିଫ୍ଟରେ ସ୍କ୍ରିନିଂ କରାଯିବ। ଯାହାର ଲକ୍ଷଣ ଦେଖାଯିବ, ସେମାନଙ୍କର ହିଁ ଟେଷ୍ଟ କରାଯିବ। ବିଶେଷ କରି ଯେଉଁ ସବୁ ରାଜ୍ୟରେ ସେକେଣ୍ଡ ୱେଭ୍‌ ହେଲାଣି, ସେହି ରାଜ୍ୟରୁ ଫେରୁଥିବା ଲୋକଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବ।

ଏୟାରପୋର୍ଟ ଭଳି ରେଲ୍‌ୱେ ଷ୍ଟେସନରେ ବି ଖୁବ୍‌ଶୀଘ୍ର ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏନେଇ ଖୁବଶୀଘ୍ର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବ ବୋଲି ବିଏମ୍‌ସି କମିଶନର୍ ସୂଚନା ଦେଇଛନ୍ତି।

Comments are closed.