Odisha Link
Bridging the Missing Links in Odisha

ଅନ୍ତର୍ଜାତୀୟ ବିମାନ ସେବା କଟକଣା ୩୧ ମାର୍ଚ୍ଚ ଯାଏ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ପୁରି କାୟା ବିସ୍ତାର କରିବାରେ ଲାଗିଲାଣି। ଏଥି ନିମନ୍ତେ ଅନ୍ତର୍ଜାତୀୟ ବିମାନ ସେବା ଉପରେ ଲାଗିଥିବା କଟକଣାକୁ ୩୧ ମାର୍ଚ୍ଚ ଯାଏ ବୃଦ୍ଧି କରାଯାଇଛି।

ଏ ସମ୍ପର୍କରେ ଡିଜିସିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ସେହିପରି ସ୍ୱତନ୍ତ୍ର ଅନୁମତି ପ୍ରାପ୍ତ ବିମାନ ଗୁଡ଼ିକ ବିଦେଶକୁ ଯାତ୍ରା କରିପାରିବ। କିଛି ନିର୍ଦ୍ଦିଷ୍ଟ ରୁଟ୍‌ରେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅନୁମତି କ୍ରମେ ବିମାନ ଚାଲି ପାରିବ ବୋଲି ଡିଜିସିଏ ପକ୍ଷରୁ କୁହାଯାଇଛି।

କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଗତବର୍ଷ ମାର୍ଚ୍ଚ ମାସ ଠାରୁ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲାଗିଥିଲା। ଲକଡାଉନ ବୃଦ୍ଧି ପାଇବ ସହ ଏହି କଟକଣା ଅବଧି ମଧ୍ୟ ବଢ଼ିଥିଲା।

ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିଥିଲେ ହେଁ ଘରୋଇ ବିମାନ ସେବା ପୂର୍ବଭଳି ଚାଲୁ ରହିବ। ସମସ୍ତେ କରୋନା କଟକଣାକୁ ମାନି ବିମାନ ମଧ୍ୟରେ ଯିବା ଆସିବା କରିପାରିବେ।

Comments are closed.