ଟାଓ୍ୱାର ଉପରେ ଚଢ଼ିଗଲା ୪ ବର୍ଷର ଶିଶୁ

କଟକ: ମୋବାଇଲ ଟାଓ୍ବାର ଉପରେ ଚଢ଼ିଗଲା ୪ ବର୍ଷର ଶିଶୁ। ଫଳରେ ଟାଓ୍ୱାର ଉପରେ ଫସି ରହିଲା ୪ବର୍ଷର ଶିଶୁ। ତେବେ ଶିଶୁର ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ଏମିତି ଏକ ଘଟଣା ଘିଟିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ପାଟସୁନ୍ଦରପୁରରେ। ଉକ୍ତ ଗାଁର କୈଳାସ ସେଠୀଙ୍କ ୪ବର୍ଷର ପୁଅ ଘର ପାଖରେ ଥିବା ମୋବାଇଲ ଟାଓ୍ବାର ଉପରେ ଚଢ଼ି ଯାଇଥିଲା। ଟାଓ୍ବାର ପାଖରେ କୌଣସି ପାଚେରୀ ନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି।
ସୂଚନାଯୋଗ୍ୟ ଯେ, ଘର ପାଖରେ ଖେଳୁଥିଲା ୪ ବର୍ଷର ପୁଅ। ସେହି ସମୟରେ ସେହି ପାଖରେ ନଥିଲେ ଫଳରେ ଶିଶୁଟି ଟାଓ୍ୱାରରେ ଅଜାଣତରେ ଚଢ଼ିଯାଇଥିଲା । ଘର ଲୋକଙ୍କ ବହୁ ଖୋଜା ଖୋଜି ପରେ ଶିଶୁଟି ଟାଓ୍ୱାର ଉପରେ ଚଢ଼ିଥିବା ଦେଖିବାକୁ ପାଇଥିଲେ। ପରେ ଦମକଳ ବାହିନୀ ଫୋନ କରିଥିଲ। ଦମକଳ ବାହିନୀ ପହଞ୍ଚି ଶିଶୁଟିକୁ ଉଦ୍ଧାର କରିଥିଲେ।
Comments are closed.