Odisha Link
Bridging the Missing Links in Odisha

କୋଭିଡ୍‌ ଟିକା ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କୋଭିଡ୍‌ ପ୍ରତିଷେଧକ ଟିକା “କୋଭାକ୍ସିନ୍” ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ।

ମୋଦି ଆଜି ସକାଳେ ଦିଲ୍ଲୀର ଏମ୍ସ ପରିସରରେ କୋଭାକ୍ସିନ୍‌ର ପ୍ରଥମ ଡୋଜ୍‌ ଗ୍ରହଣ କରିଛନ୍ତି। କୋଭିଡ୍‌-୧୯ ବିରୋଧରେ ବିଶ୍ବର ଲଢ଼େଇରେ ଆମର ଡାକ୍ତର ବୈଜ୍ଞାନିକମାନଙ୍କ ତ୍ବରିତ କାର୍ଯ୍ୟ ଉଲ୍ଲେଖନୀୟ ବୋଲି ମୋଦି କହିଛନ୍ତି। ଯେଉଁମାନେ ଯୋଗ୍ୟ ସେମାନେ ଟିକା ଗ୍ରହଣ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

Comments are closed.