Odisha Link
Bridging the Missing Links in Odisha

ଏମ୍‌ଏସ୍‌ଏମ୍‌ଇ ବାଣିଜ୍ୟ ମେଳା ଉଦଘାଟିତ

ଭୁବନେଶ୍ୱର:  ରାଜଧାନୀ ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆରେ ଏମଏସଏମଇ ବାଣିଜ୍ୟ ମେଳା ଉଦଘାଟିତ ହୋଇଯାଇଛି। ଭର୍ଚୁଆଲ୍ ମାଧ୍ୟମରେ ଏହି ମେଳାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଆଜି ଠାରୁ ଆରମ୍ଭ ହୋଇଥିବା ଏହି ଏମଏସଏମଇ ବାଣିଜ୍ୟ ମେଳା ଆସନ୍ତା ୯ ତାରିଖ ଯାଏ ଚାଲିବ।ରାଜ୍ୟର ବାଣିଜ୍ୟ ଓ ରପ୍ତାନୀକୁ ସୁଦୃଢ଼ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ପ୍ରତିବର୍ଷ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗୀ ସାମିଲ୍ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣାକୁ ନଜରରେ ରଖି ବାହାର ରାଜ୍ୟର ଅଂଶଗ୍ରହଣକାରୀଙ୍କୁ ସାମିଲ କରାଯାଇ ନାହିଁ।

ଏଥିରେ ରାଜ୍ୟ ତଥା ଜାତୀୟ ସ୍ତରରୁ ବିଭିନ୍ନ ପିଏସୟୁ ଏବଂ ଶିଳ୍ପ ଉଦ୍ୟୋଗୀ ମାନେ ସାମିଲ ହୋଇଛନ୍ତି। ଚଳିତ ବର୍ଷ ଗଢିବା, ବଢ଼ିବା ଓ ସମୃଦ୍ଧ ହେବା ଥିମରେ ଏହି ମେଳାର ଆୟୋଜନ କରାଯାଇଛି।

Comments are closed.