ମନମୋହୁଛି ‘ରସିଆ ଟୋକା’

ଭୁବନେଶ୍ବର: ମୁକ୍ତି ଲାଭ ପାଇଲା ଆଲବମ ରସିଆ ଟୋକା। ଗୀତଟି ଏନଜିଆର ମିକ୍ସ ପ୍ରଡକ୍ସନରେ ମୁକ୍ତିଲାଭ କରିଛି। ଗୀତରେ ସମ୍ବଲପୁରୀ ଭାଷାର ମିଶ୍ରଣ ଶୁଣିବାକୁ ମିଳିଛି।
ଏହି ରସିଆ ଟୋକା ଗୀତରେ ଓଲିଉଡ ଅଭିନେତ୍ରୀ ସୁରମୟୀ ମହାପାତ୍ର ଓ ରାଜ ରାଜେଶଙ୍କ ସୁନ୍ଦର ନୃତ୍ୟ ଦେଖିବାକୁ ମିଳିଛି। ରସିଆ ଟୋକା ସଙ୍ଗୀତର ଭାର ଉଠାଇଛନ୍ତି ପ୍ରେମାନନ୍ଦ।ଗୀତଟିକୁ ଗାଇଛନ୍ତି ମଣ୍ଟୁ ଛୁରିଆ ଓ ଅଶୀମା ପଣ୍ଡା। କୋରିଅଗ୍ରାଫି ଓ ନିର୍ଦ୍ଦେଶନା ଦେଇଛନ୍ତି ଗୀରିସ ମହାନ୍ତି।
ତେବେ ଭିଡ଼ିଓରେ ଦେଖିବାକୁ ମିଳିଛି ସୁରମୟୀ ତାଙ୍କ ସାଥୀଙ୍କ ସହ ଯିବ ବାଟରେ ଗାଡିଟି ଖରାପ ହୋଇଯାଇଛି। ଏହି ସମୟରେ ରାଜେଶ ବାଇକରେ ଆସି ପହଞ୍ଚିଛନ୍ତି। ସୁରମୟୀଙ୍କ ଗାଡିଟିକୁ ରାଜେଶ ସଜାଡିବା ବେଳେ ଏହି ଡ୍ଯାନ୍ସଟି ଦେଖିବାକୁ ମିଳୁଛି। ଏହି ଗୀତଟି ଯୁବପିଢ଼ୀଙ୍କୁ ବେଶ ଆକୃଷ୍ଟ କରୁଛି।