Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ହତ୍ୟାକାଣ୍ଡ , ୨ ଗିରଫ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ଦିନ ଦ୍ବିପହରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ପିକଅପ ଭ୍ୟାନରେ ଡ୍ରାଇଭର ବେକକୁ ଭୁଜାଲି ଓ ଫାର୍ସାରେ ହାଣିଛନ୍ତି ଦୁର୍ବୃତ୍ତ।

ଏହି ହତ୍ୟାକାଣ୍ଡଟି ନୟାପଲ୍ଲୀ ଭିଆଇପି ଅଞ୍ଚଳରେ ଘଟିଛି। ମୃତକ ଜଣଙ୍କ ହେଲେ ସାଲିଆସାହି ଜଟିଆ । ମୃତକ ଓ ଆକ୍ରମଣକାରୀ ଗୋଟିଏ ଗାଡିରେ ଥିବା ସୂଚନା ମିଳିଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଅଟକ ରଖିଛନ୍ତି।

ପ୍ରକାଶ ଯେ, ପିକଅପ୍ ଭ୍ୟାନରେ ଜଟିଆ, ସୁଧୀର ଓ ସାଗର ନାମକ ୩ ଜଣ ଯୁବକ ଆସୁଥିଲେ । ଏମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ଓ ପରେ ହାତାହାତି ହୋଇଥିଲା । ଏହି ସମୟରେ ଧାରୁଆ ଅସ୍ତ୍ରରେ ଜଟିଆକୁ ଆକ୍ରମଣ କରିଥିଲେ ଦୁଇ ଜଣ ।

ଜଟିଆଙ୍କ ବେକକୁ ଭୁଜାଲି ଓ ଫାର୍ସାରେ ହାଣି ଦେଇଥିଲେ ୨ ସୁଧୀର ଓ ସାଗର । ତେବେ ଜଟିଆଙ୍କ ମୃତ୍ୟୁପରେ ତାଙ୍କୁ ଗାଡିରେ ନେଇ ଆସୁଥିବା ବେଳେ ଅଟକାଇ ଥିଲେ ଲୋକେ । ପରେ ସୁଧୀର ଓ ସାଗରଙ୍କୁ ନିସ୍ତୁକ ପିଟି ଲୋକମାନେ ଦୁହିଁଙ୍କୁ ପୋଲିସ ଜିମା ଦେଇଥିଲେ।

ଜଟିଆକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ବି ତାର ମୃତ୍ୟୁ ହୋଇ ସାରିଥିଲା । ମୃତକ ଓ ୨ ଆକ୍ରମଣକାରୀ ସାଲିଆସାହିର ହୋଇଥିବା ସୂଚନା ମିଳିଛି ।

ଧରାପଡିଥିବା ଆକ୍ରମଣକାରୀ ୨ ଭାଇ ହୋଇଥିବା ଜଣାପଡିଛି। ଜଟିଆ, ସାଗର ଓ ସୁଧୀର ଭଡା ଗାଡି ବ୍ୟବସାୟ କରୁଥିଲେ । ଗାଡି କାରବାର ବା କିଛି ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି ।

Comments are closed.