କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଉଦଳା: ବିଲ ଭିତରେ ଥିବା କୂଅରୁ ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର। ମୃତକ ହେଲେ ସାଲଖୁ ମୁର୍ମୁ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି।ଏହି ଅଭାବନୀୟ ଘଟଣାଟି ଶରତ ଥାନା କଟୁରିଆ ହାଟସାହି ଗ୍ରାମରେ ଘଟିଛି।
ପ୍ରକାଶ ଯେ, କଟୁରିଆ ହାଟସାହି ଗ୍ରାମ ନିକଟରେ ଥିବା ଏକ କୂଅ ଭିତରେ ସ୍ଥାନୀୟ ଅଞ୍ଚଳର ସାଲଖୁ ମୁର୍ମୁଙ୍କ ମୃତଦେହ ପଡିଥିଲା। ଆଜି ସ୍ଥାନୀୟ ଲୋକମାନେ ସେହି ରାସ୍ତା ଦେଇ ଯାଉଥିବା ବେଳେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।
ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟିକୁ ଉଦ୍ଧାର କରିଛି। ସାଲଖୁ ଗତ ୫ ତାରିଖ ଠାରୁ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳି ନଥିଲା। ଏବେ କୂଅ ଭିତରୁ ମୃତଦେହ ମିଳିବା ପରେ ତାଙ୍କୁ କେହି ହତ୍ୟା କରି ଫୋପାଡି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ପୋଲିସ ଅଧିକ ତଦନ୍ତ କରୁଛି।