Odisha Link
Bridging the Missing Links in Odisha

ମହାଶିବରାତ୍ରୀ ପାଇଁ ଗାଇଡ଼ଲାଇନ ଜାରି

ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୧୧ରେ ମହାଶିବରାତ୍ରୀ। ମହାଶିବରାତ୍ରୀରେ ଅନୁଷ୍ଠିତ ହେଉଥିବା ଜାଗତ ଯାତ୍ରାରେ ବହୁ ଜନସମାଗମ ହୋଇଥାଏ। ଚଳିତ ବର୍ଷ କରୋନା ମହାମାରୀ କାରଣରୁମହାଶିବରାତ୍ରୀ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗାଇଡ୍ ଲାଇନ୍ ମୁତାବକ, ମହାଶିବରାତ୍ରୀ ଅବସରରେ ଶୈବପୀଠ ସହ ଅନ୍ୟାନ୍ୟା ଦେବାଦେବୀଙ୍କ ମନ୍ଦିରରେ ଭିଡ ଉପରେ ରୋକ୍ ଲଗାଯିବ। ମନ୍ଦିର ଭିତରେ ଓ ବାହାରେ ଜନ ଗହଳି ଉପରେ କଟକଣା ଲଗାଯାଇଛି। ମହାଶିବରାତ୍ରୀ ଅବସରରେ ହେଇଥିବା ମେଳା ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

କୋଭିଡ୍ ଗାଇଡ୍ ଲାଇନ୍‌କୁ ଦୃଷ୍ଟିରେ ରଖି ଶିବରାତ୍ରୀରେ ମନ୍ଦିର ଆସୁଥିବା ଭକ୍ତମାନେ ମନ୍ଦିର ପରିସରେ ଓ ବାହାରେ ବସିବା ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବ। ଏହାସହ କୋଭିଡ୍ ନିୟମକୁ ମାନିବାକୁ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ବାରା ଦର୍ଶାଯାଇଛି।

ଏହି ସମୟରେ ଯେଉଁଭଳି କୋଭିଡ୍ କଟକଣା ପାଳନ ହେବ ସେଥିଲାଗି ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି। ଜାଗରରେ ଅଧିକ ସଂଖ୍ୟାରେ ଜନ ସମାଗମ ଉପରେ ମଧ୍ୟ ରୋକ୍ ଲଗାଯାଇଛି। ଯେଉଁମାନେ ଏହି କଟକଣାକୁ ପାଳନ କରିବେ ନାହିଁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments are closed.