Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ ନିର୍ବାଚନ: ପ୍ରଚାର ବେଳେ ଆହତ ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କଲିକତା: ଆହତ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନିର୍ବାଚନ ପ୍ରଚାର ବେଳେ ଆଜି ତୃଣମୂଳ ନେତ୍ରୀ ଆହତ ହୋଇଛନ୍ତି। ତାଙ୍କ ଗୋଡରେ ଆଘାତ ଲାଗିଥିବାବେଳେ ଏହା ପଛରେ ବିରୋଧୀଙ୍କ ଷଡ଼ଯନ୍ତ୍ର ରହିଛି ବୋଲି ମମତା ଅଭିଯୋଗ କରିଛନ୍ତି।

ତେବେ କିଛି ଯୁବକ ଜାଣିଶୁଣି ତାଙ୍କୁ ଆଘାତ କରିଥିବା ନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି। ହେଲେ ଏହାକୁ ଡରିନଯାଇ ସେ ନିଜର ପ୍ରଚାର ଅଭିଯାନ ଜାରି ରଖିବେ ବୋଲି କହିଛନ୍ତି। ଆଗକୁ ପଶ୍ଚିମବଙ୍ଗରେ ନିର୍ବାଚନ ହେବାକୁ ଅଛି। ଯେଉଁଠି ବିଜେପି-ଟିଏମସି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି।

ଏଥର ମମତା ନନ୍ଦିଗ୍ରାମରୁ ଇଲେକ୍ସନ ଲଢୁଥିବାବେଳେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ସାଜିଛନ୍ତି ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବାରୁ ମମତା ଏଠି ପ୍ରଚାର ଅଭିଯାନ ଜୋରଦାର କରିଛନ୍ତି। ହେଲେ ଏସବୁ ଭିତରେ ମମତାଙ୍କ ଆହତ ହେବା ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି।

Comments are closed.