Odisha Link
Bridging the Missing Links in Odisha

ଝାରସୁଗୁଡାରୁ ଚେନ୍ନlଇକୁ ଉଡ଼ିବ ବିମାନ

ଝାରସୁଗୁଡ଼ା: ଝାରସୁଗୁଡାରୁ ଚେନ୍ନlଇକୁ ଉଡ଼ିବ ବିମାନ। ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆସନ୍ତା ୨୮ ତାରିଖରୁ ଝାରସୁଗୁଡ଼ାରୁ ଚେନ୍ନlଇକୁ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ସାତ ଦିନ ସ୍ପାଇସ ଜେଟ୍ ବିମାନ ସେବା ଯୋଗାଇବ ବୋଲି ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି ସୂଚନା ଦେଇଛନ୍ତି।

ବେଙ୍ଗଳୁରୁ ଓ ମୁମ୍ବାଇକୁ ବିମାନ ଉଡ଼ାଣରେ ୨ ମାସର ସଫଳତାକୁ ଆଖି ଆଗରେ ରଖି ପୁଣି ଆଉ ଏକ ସେକ୍ଟରକୁ ଆରମ୍ଭ ସେବା କରୁଛି ସ୍ପାଇଟ ଜେଟ୍ । ଏନେଇ ସ୍ପାଇସ୍ ଜେଟ୍ ଅନଲାଇନ୍ ଟିକେଟ ବୁକିଂ ଆରମ୍ଭ କରି ସାରିଛି।

ସ୍ପାଇସ୍ ଜେଟ୍ ବିମାନ ମଧ୍ୟାହ୍ନ ୧.୧୦ରେ ଚେନ୍ନlଇରୁ ବାହାରି ଅପରାହ୍ଣ ୩ଟାରେ ଝାରସୁଗୁଡ଼ାରେ ପହଞ୍ଚିବ। ସେହିଭଳି ଅପରାହ୍ଣ ୩ଟା ୩୦ରେ ଝାରସୁଗୁଡ଼ାରୁ ବାହାରି ସନ୍ଧ୍ୟା ୫ଟାରେ ଚେନ୍ନlଇରେ ଅବତରଣ କରିବ।

Comments are closed.