Odisha Link
Bridging the Missing Links in Odisha

ଅଗଷ୍ଟ ପହିଲାରେ NEET ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ପହିଲାରେ ହେବ ଚଳିତ ବର୍ଷର ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ବା ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET। ଏ ନେଇ ଗତକାଲି ସୂଚନା ଦେଇଛି ନାସନାଲ୍ ଟେଷ୍ଟିଂ ଏଜେନ୍ସି (NTA)। ସାରା ଦେଶରେ ଇଂରାଜୀ ଓ ହିନ୍ଦୀ ସମେତ ୧୧ଟି ଭାଷାରେ ପରୀକ୍ଷା ହେବ। ଅଫଲାଇନରେ ପରୀକ୍ଷା କରିବା ନେଇ ଜାତୀୟ ପରୀକ୍ଷା ସଂସ୍ଥା NTA ସୂଚନା ଦେଇଛି।

ଯେଉଁମାନେ MBBS, BDS, BAMS, BSMS, BUMS ଓ BHMS ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ଚାହୁଁଥିବେ ରେଜିଷ୍ଟ୍ରେସନ କରି ଏଣ୍ଟ୍ରାନ୍ସ ଟେଷ୍ଟ ପାଇଁ ଆବେଦନ କରିପାରିବେ। ଆଡମିଶନ ପୋର୍ଟାଲ ntaneet.nic.in ଓ nta.ac.in କୁ ଯାଇ ଆବେଦନ କରିପାରିବେ ଛାତ୍ରଛାତ୍ରୀ।

ଏନ୍‌ଟିଏ ପକ୍ଷରୁ କୁହାଯାଇଛି, ଏମବିବିଏସ୍‌, ବିଡିଏସ୍‌, ବିଏଏମ୍‌ଏସ୍‌, ବିଏସ୍‌ଏମ୍‌ଏସ୍‌, ବିୟୁଏମ୍‌ଏସ୍‌ ଏବଂ ବିଏଚ୍‌ଏମ୍‌ଏମସ୍‌ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନିଟ୍‌ ୨୦୨୧ର ଆୟୋଜନ ସମ୍ବନ୍ଧିତ ନିର୍ଦ୍ଦେଶାବଳୀ ଜାରି କରିଛି। ଏହି ପରୀକ୍ଷା ଅଗଷ୍ଟ ୧ରେ ପେନ୍‌ ଓ ପେପର ମୋଡରେ କରାଯିବ।

ଅଣ୍ଡର ଗ୍ରାଜୁଏଟ ମେଡିକାଲ କୋର୍ସ ପାଇଁ ଅନ୍‌ଲାଇନ୍ ଆପ୍ଲିକେସନ ପ୍ରକ୍ରିୟା ଖୁବ୍‌ଶୀଘ୍ର ଆରମ୍ଭ ହେବ। ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଥିବା ନାସନାଲ୍ ଟେଷ୍ଟିଂ ଏଜେନ୍ସି ପରୀକ୍ଷା ସମ୍ବନ୍ଧିତ ଅନ୍ୟାନ ସୂଚନା ମଧ୍ୟ ଜାରି କରିଛନ୍ତି।

Comments are closed.