Odisha Link
Bridging the Missing Links in Odisha

ବରୁଣେଇ ଜଙ୍ଗଲରେ ନିଆଁ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜଙ୍ଗଲ ଏବେ ଜଲୁଛି। ଜଙ୍ଗଲ ନିଆଁକୁ ନେଇ ଚନ୍ତାରେ ରାଜ୍ୟବାସୀ। ନିଆଁ ଲିଭାଇବା ପାଇଁ ବହୁ ବନ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ କିଛି ସ୍ଥାନାରେ ନିଆଁକୁ ଆୟତ୍ତ କରାଯାଇଛି। ଆଉ କିଛି ଜାଗାରେ ନିଆଁ ଲିଭିବାର ନାମ ନେଉନାହିଁ। ଏହା ଭିତରେ ଆଉ ଏକ ଜଙ୍ଗଲରେ ନିଆଁ ଲାଗିଥିବା ଜଣାଯାଇଛି।

ଖୋର୍ଦ୍ଧା ଜିଲ୍ଲାର ବରୁଣେଇ ପାହାଡ଼ରେ ନିଆଁ ଲାଗିଥିବା ଜଣାପଡିଛି। ପାହାଡ଼ର ଗଡ଼ଖୋର୍ଦ୍ଧା ପଟୁ ନିଆଁ ଲାଗିଛି। ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀ ଉଦ୍ୟମ ଜାରି ରଖିଛନ୍ତି।

ସୂଚନାଯୋଗ୍ୟ: ଶିମିଳିପାଳ ଅଭୟାରଣ୍ୟରେ ୨ ସପ୍ତାହରୁ ଊର୍ଦ୍ଧ୍ବ ଦିନ ନିଆଁ ଲାଗିଥିଲା। ବନବିଭାଗ ଓ ଓଡ୍ରାଫ୍ଟ ଟିମ୍‌ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିଲେ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା ନିଆଁକୁ ଆୟତ୍ତ କରାଯାଇ ପାରିନଥିଲା। ପରିଶେଷରେ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହେବାରୁ ଜଙ୍ଗଲ ନିଆଁ ଲିଭିଥିଲା।

Comments are closed.