Odisha Link
Bridging the Missing Links in Odisha

କେନ୍ଦୁଝରରେ ଲଜ୍ଜା: ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଗଣଦୁଷ୍କର୍ମ

କେନ୍ଦୁଝର: ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଗଣଦୁଷ୍କର୍ମ। ଲିଫ୍ଟ ଦେଇ ଡମ୍ପର ଭିତରେ ଦୁର୍ବୃତ୍ତମାନେ ରାତି ସାରା ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏଭଳି ଏକ ଘୃଣ୍ୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ।

ସୂଚନା ମୁତାବକ, ଗତ ଶୁକ୍ରବାର ରାତିରେ ସମ୍ପୃକ୍ତ ମହିଳା ଜଣଙ୍କ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ବଡବିଲ ଥାନା ଅନ୍ତର୍ଗତ ରୋଇଡ଼ା ଛକ ନିକଟରେ ଡମ୍ପରରେ ଲିଫ୍ଟ ଦେଇ ଘରେ ଛାଡ଼ି ଦେବେ ବୋଲି ଡମ୍ପରର ଦୁଇ ଜଣ ଡ୍ରାଇଭର କହିଥିଲେ। ମହିଳା ଜଣଙ୍କ ଲିଫ୍ଟର ସହାୟତା ନେଇଥିଲେ। ମାତ୍ର ଲିଫ୍ଟ ଦେବା ପରେ ଦୁର୍ବୃତ୍ତମାନେ ଡମ୍ପର ଭିତରେ ରାତି ସାରା ମହିଳାଙ୍କ ସହ ଗଣଦୁଷ୍କର୍ମ କରିଥିଲେ।

ଗଣଦୁଷ୍କର୍ମ ନେଇ ବଡବିଲ ଥାନାରେ ଅଭିଯୋଗ କରାଯାଇଛି। ଅଭିଯୋଗ ପରେ ଘଟଣାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଏଥିସହ ବ୍ୟବହାର ହୋଇଥିବା ଡମ୍ପରଟିକୁ ମଧ୍ୟ ପୁଲିସ ଜବତ କରିଛି।

Comments are closed.