Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ ପାଇଁ ୩ ଦଳର କସରତ, ଜାଣନ୍ତୁ କିଏ କ’ଣ କହିଲେ…

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ଏନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଏହାକୁ ନେଇ ତିନି ଦଳ ନିଜ ନିଜର କସରତ ଆରମ୍ଭ କରି ଦେଇଛନ୍ତି। ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ତିନି ଦନ ଆଜି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବିଜେଡି, ବିଜେପି ଓ କଂଗ୍ରେସର ତିନି ପ୍ରମୁଖ ନେତା କହିଛନ୍ତି ଯେ, ଦଳ ପିପିଲି ଉପନିର୍ବାଚନରେ ଭଲ କରିବ। ତେବେ, ଏଯାଏଁ କୌଣସି ଦଳ ପିପିଲି ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିନାହିଁ।

ଅନ୍ୟପଟେ ବିଜେଡ଼ି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି ଯେ, ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁବେଳେ ସମସ୍ତ ଆହ୍ୱାନ ଲାଗି ପ୍ରସ୍ତୁତ ଥାଏ। ପିପିଲି ୱାର୍ ପାଇଁ ବିଜେଡି ପ୍ରସ୍ତୁତ ଥିବା କହିଛନ୍ତି ଦେବୀ ମିଶ୍ର। ପିପିଲି ଉପନିର୍ବାଚନ ପାଇଁ ବିଜେଡି ଏକ କମିଟି ଗଠନ କରିଛି। ଯାହାର ପର୍ଯ୍ୟବେକ୍ଷକ ଅଛନ୍ତି ପ୍ରତାପ ଦେବ। ପିପିଲି ବିଜେଡିର ଅଭେଦ୍ୟ ଦୁର୍ଗ । ବିଜେଡି ଗଡ଼ ବଜାୟ ରଖିବ ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି।

ଠିକି୍‌ ସେହିପରି ପିପିଲି ଉପନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ ବୋଲି ବିଜେପି ନେତା ମୋହନ ମାଝି କହିଛନ୍ତି। ପିପିଲି ଉପନିର୍ବାଚନ ଲାଗି ଦଳ ପ୍ରସ୍ତୁତ ରହିଛି। ଦଳର ସ୍ଥିତି ଓ ରେକର୍ଡ ଭଲ ରହିଛି। ଗତ ନିର୍ବାଚନରେ ଦଳର ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିଲେ ବୋଲି କହିଛନ୍ତି ମୋହନ ମାଝି। ବିଜେପିର ଓଡ଼ିଶା ପ୍ରଭାରୀ ଆସୁଥିବାରୁ କିଏ ପ୍ରାର୍ଥୀ ହେବ ସେନେଇ ଆଲୋଚନା କରାଯିବ। ବିଜେପି ଲଢ଼େଇ କରିବ, ନିଶ୍ଚୟ ଜିତିବ ବୋଲି କହିଛନ୍ତି ମୋହନ।

ସେପଟେ ପିପିଲି ବିଜୟ ନେଇ ଆଶା ରଖିଛି କଂଗ୍ରେସ। କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ପିପିଲିରେ ଆମ ସରକାର ହାଇସ୍କୁଲ ଓ ଡାକ୍ତରଖାନା କରିଛି। ତେବେ ଦଳ ପିପିଲିରେ କାହାକୁ ଟିକେଟ୍ ଦେବେ ସେ ନିଷ୍ପତ୍ତି ସୋନିଆ ନେବେ ବୋଲି ସୁର କହିଛନ୍ତି। ତେବେ ପିପିଲିରେ କଂଗ୍ରେସ ଟିକେଟ୍ ପାଇଁ ୪ ଜଣ ନେତା ରେସରେ ଥିବା ଜଣାପଡ଼଼ିଛି।

Comments are closed.