Odisha Link
Bridging the Missing Links in Odisha

ରମାଦେବୀ ଛାତ୍ରୀଙ୍କୁ ଅପହରଣ ; ୩୬ ଘଣ୍ଟା ପରେ ବି ମିଳୁନି ପତ୍ତା

ଭୁବନେଶ୍ୱର: ରମାଦେବୀ ମହିଳା ମହାବିଦ୍ୟାଳୟର ଜଣେ ଛାତ୍ରୀ ନିଖୋଜ। ଛାତ୍ରୀ ଜଣଙ୍କ ଓମ୍‌ଫେଡ୍‌ ବୁଥକୁ କ୍ଷୀର ଆଣିବାକୁ ଯାଇ ଆଉ ଘରକୁ ଫେରି ନଥିଲେ ।

ତାଙ୍କୁ ଅପହରଣ କରାଯାଇଥିବା ଭରତପୁର ଥାନାରେ ଅଭିଯୋଗ ହୋଇଛି। ୨ଟି ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି ।

ନିଖୋଜ ହେବାର ୩୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଛାତ୍ରୀଙ୍କ କୌଣସି ପତ୍ତା ମିଳିନାହିଁ ।ଛାତ୍ରୀ ଜଣଙ୍କ ଭରତପୁର ଥାନା ଅନ୍ତର୍ଗତ ଜଗନ୍ନାଥ ବିହାରରେ ସପରିବାର ରହୁଛନ୍ତି । ସେ ରମାଦେବୀ ମହିଳା ମହାବିଦ୍ୟାଳୟର ଯୁକ୍ତ-୩ ପ୍ରଥମ ବର୍ଷର ଛାତ୍ରୀ ।

ପ୍ରକାଶ ଯେ, ଛାତ୍ରୀ ଜଣଙ୍କ ଘର ଠାରୁ କିଛି ଦୂରରେ ଥିବା ଓମ୍‌ଫେଡ୍‌ ବୁଥକୁ କ୍ଷୀର ଆଣିବାକୁ ଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ।

ତାଙ୍କୁ ନ ପାଇ ଗତକାଲି ରାତି ୧୦ଟାରେ ଭରତପୁର ଥାନାରେ ପହଞ୍ଚି ଅପହରଣ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଛାତ୍ରୀ ଜଣଙ୍କ ନାବାଳିକା ହୋଇଥିବାରୁ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଚଳାଇଛି ।

Comments are closed.