Odisha Link
Bridging the Missing Links in Odisha

ପୋଖରୀରୁ ମିଳିଲା ଭୋଟ୍ ବାକ୍ସ

ନୟାଗଡ : ନୟାଗଡ ଜିଲ୍ଲା ଶରଣକୂଳ ଥାନା ଗୋତିସାହି ପୋଖରୀରୁ ମିଳିଛି ଭୋଟ୍ ବାକ୍ସ। ଏହି ବକ୍ସଟି ଗୋପାଳ ସ୍ବାଇଁ ଙ୍କୁ ମାଛ ଧରୁଥିବା ସମୟରେ ମିଳିଛି। ଭୋଟ୍ ବାକ୍ସରେ ଓଏସଇସି ଲେଖା ହୋଇଥିବା ସୂଚନା ମିଳିଛି ।ତେବେ ଦୁଇଟି ବାକ୍ସ କେଉଁ ବୁଥ୍ ଓ ନିର୍ବାଚନର ଜଣା ପଡ଼ିନାହିଁ ।

ପ୍ରକାଶ ଯେ, ନୟାଗଡ ଜିଲ୍ଲା ଶରଣକୂଳ ଥାନା ଗୋତିସାହିର ଗୋଦାବରୀ ସ୍ବାଇଁଙ୍କ ପୋଖରୀରୁ ବୁଧବାର ଦୁଇଟି ଭୋଟ୍ ବାକ୍ସ ମିଳିଛି। ଦୀର୍ଘ ବର୍ଷ ଧରି ପାଣି ଭିତରେ ବାକ୍ସ ଦୁଇଟି ରହିଥିବାରୁ ଉପର ଲେଖା ନଷ୍ଟ ହୋଇଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତ ପଞ୍ଚାୟତ ନିର୍ବାଚନ ବେଳେ ପଡୋଶୀ ଆଙ୍ଗିସିଙ୍ଗି ପଞ୍ଚାୟତରେ ନିର୍ବାଚନ ହିଂସା ଦେଖାଦେଇଥିଲା । ସେତେବେଳେ ୨ଟି ଭୋଟ୍ ବାକ୍ସ ବୁଥରୁ କେତେକ ଲୋକ ଉଠାଇ ନେଇଯାଇଥିଲେ। ମିଳିଥିବା ଭୋଟ୍‌ ବାକ୍ସ ସେହି ଭୋଟ୍ ବାକ୍ସ ହୋଇଥିବା ଅନୁମାନ କରାଯାଉଛି।

Comments are closed.