Odisha Link
Bridging the Missing Links in Odisha

ପତ୍ନୀର ଚରିତ୍ରକୁ ସନ୍ଦେହ କରି ବିଷ ପିଇଲା ସ୍ବାମୀ

ସୋର: ବାଲେଶ୍ୱର ଜିଲ୍ଲା ଔପଦା ଥାନା ସୋରିଶପାଳ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପତ୍ନୀର ଚରିତ୍ରକୁ ସନ୍ଦେହ କରି ବିଷ ପିଇଲା ସ୍ୱୀମୀ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଛି। ପ୍ରକାଶ ଯେ, କିଛି ଦିନ ହେବ ସୋରିଶପାଳ ଗାଁର ଗଙ୍ଗାଧର ନାୟକ ନିଜ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ।

ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହିଥାଏ । ଗଙ୍ଗାଧର ରାଜମିସ୍ତ୍ରୀ ଭାବେ କାମ କରନ୍ତି। ତେବେ କାମ ସାରି ଘରକୁ ଫେରୁଥିବା ସମୟରେ ଗାଁର ଜଣେ ଯୁବକ ନିଜ ଘରେ ଥିବାର ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସେ ରାଗିଯାଇ ବିଷ ପିଇଦେଇଥିଲେ ।

ଗ୍ରାମବାସୀମାନେ ତୁରନ୍ତ ଗଙ୍ଗାଧରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସୋର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଔପଦା ପୁଲିସ ଗଙ୍ଗାଧରଙ୍କ ସ୍ତ୍ରୀ ଓ ଘରକୁ ଆସିଥିବା ସେଦିନ ଯୁବକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

Comments are closed.