Odisha Link
Bridging the Missing Links in Odisha

ଭୟାବହ ଅଗ୍ନିକାଣ୍ଡ: ଗୋଟିଏ ପରିବାରର ୪ସଦସ୍ୟ ଜୀବନ୍ତ ଦଗ୍ଧ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଚମ୍ବା: ହିମାଚଳ ପ୍ରଦେଶ ଚମ୍ବାରେ ଅଭାବନୀୟ ଘଟଣା। ଚମ୍ବା ଜିଲ୍ଳାର ସୁଇଲା ଗ୍ରାମର ଜଣଙ୍କ ଘରେ ଭୀଷଣ ଅଗ୍ନିକାଣ୍ଡ ହେବା ଫଳରେ ୪ଜଣଙ୍କର ମୃତ୍ୟୁ ହେବା ସହ ଘରେ ରହିଥିବା କିଛି ପଶୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶର ଚମ୍ବା ଜିଲ୍ଲାର ସୁଇଲା ଗ୍ରାମର ଗୋଟିଏ ଘରେ ଭୀଷଣ ଅଗ୍ନିକାଣ୍ଡ ହେବାରୁ ପରିବାରର ୪ ଜଣ ସଦସ୍ୟ ଜିଅନ୍ତା ଜଳି ମୃତ୍ୟୁ ବରଣ କରିଛନ୍ତି। ଏହା ସହିତ ଘରେ ଥିବା ୧୦ଟି ମଇଁଷି ମଧ୍ୟ ଏହି ଅଗ୍ନିକାଣ୍ଡରେ ଜଳି ଯାଇଛନ୍ତି।

ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣା ସମ୍ପର୍କରେ ଟୁଇଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ତିସାର ସୁଇଲା ଗାଁରେ ଥିବା ଏକ ଘରେ ନିଆଁ ଲାଗିଯିବା କାରଣରୁ ପରିବାରର ୪ ଜଣ ସଦସ୍ୟଙ୍କ ଓ କିଛି ପଶୁଙ୍କର ଆକସ୍ମିକ ମୃତ୍ୟୁ ହୋଇଛି। ଏଭଳି ଏକ ପୀଡାଦାୟକ ଖବର ଶୁଣି ମୁଁ ଖୁବ୍ ଦୁଃଖିତ। ଇଶ୍ବର ସେମାନଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ବୋଲି ଟୁଇଟ କରିଛନ୍ତି।

Comments are closed.