Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡିର ରୁଦ୍ର ମହାରଥୀ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ ରାଜନୀତିର ରଙ୍ଗରେ ରଙ୍ଗେଇ ହୋଇଛି ପିପିଲି ନିର୍ବାଚନ ମଣ୍ଡଳୀ। ଅନ୍ୟପଟେ ପିପିଲି ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟାର ଶେଷ ଦିନରେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଦଳୀୟ ନେତା ଓ କର୍ମୀଙ୍କୁ ନେଇ ପିପିଲିରୁ ରାଲିରେ ବାହାରି ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରୁଦ୍ର ମହାରଥୀ।

ସେହିପରି କଂଗ୍ରେସ ପ୍ରାର୍ଥୀ ଅଜିତ୍‌ ମଙ୍ଗରାଜ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ରହିଛି। ସେ ମଧ୍ୟ ପିପିଲିରୁ ରାଲିରେ ଯାଇ ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିବେ। ଏହାପୂର୍ବରୁ  ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀପତ୍ର ଦାଖଲ କରିସାରିଛନ୍ତି। ଆଶ୍ରିତ ପଟ୍ଟନାୟକ ଏବେ କର୍ମୀଙ୍କୁ ନେଇ ଲୋକଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରିଛନ୍ତି।

ସୂଚନାଥାଉକି, ୨୦୧୯ ନିର୍ବାଚନରେ ପିପିଲିରେ ୧ଲକ୍ଷ ୭୪ ହଜାର ୮୭୫ ଜଣ ମତଦାନ କରିିଥିଲେ। ଦିବଂଗତ ବିଧାୟକ ପ୍ରଦୀପ କୁମାର ମହାରଥୀଙ୍କ ନିକଟକୁ ୮୮ ହଜାର ୫୧୮ ଖଣ୍ଡ ଭୋଟ ଯାଇଥିଲା ଓ ସେ ବିଜୟୀ ହୋଇଥିଲେ। ବିଜେପି ପ୍ରାର୍ଥୀ ଆଶ୍ରିତ ସେବେ ୭୨ ହଜାର ୭୩୧ ଖଣ୍ଡ ଓ ପିପିଲି ଆସନରେ ପ୍ରଥମ ଥର ପାଇଁ ତୃତୀୟ ସ୍ଥାନକୁ ଖସିଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ୯୮୩୦ ଖଣ୍ଡ ଭୋଟ ପାଇଥିଲେ।

Comments are closed.