Odisha Link
Bridging the Missing Links in Odisha

ପାଣିରେ ବୁଡ଼ି ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ

ବଲାଙ୍ଗିର: ହୋଲି ଖେଳା ହେଲା କାଳ। ରଙ୍ଗର ପର୍ବର ହୋଲିରେ ଲିଭିଗଲା ମଥାର ସିନ୍ଦୁର। ମାସକ ତଳେ ଆରମ୍ଭ କରିଥିଲେ ବୈବାହିକ ଜୀବନ। ହେଲେ ମାସକ ପରେ ଲିଭିଗଲା ନବବଧୂର ସିନ୍ଦୁର। କାରଣ ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଳେ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ। ଏମିତି ଏକ ଦୁଃଖଦ ଖବର ଆସିଛି ବଲାଙ୍ଗିର ସହର ମ୍ୟୁନିସିପାଲିଟି କଲୋନୀରୁ।

ମିଳିଥିବା ସୂଚନା ମୁତାବିକ, ସିଭିଲ କୋର୍ଟରେ କିରାଣୀ ଭାବେ ଚାକିରି କରୁଥିବା ସମୀର ରଞ୍ଜନ ପଧାନ ମାସେ ପୂର୍ବେ ବାହା ହୋଇଥିଲେ। ସୋମବାର ଦିନ ରଙ୍ଗ ଖେଳିବା ପରେ ଭୋଜିଭାତ କରିବା ପାଇଁ ସାଂଗ ମାନଙ୍କ ସହିତ ଦେଓଗାଁ ଥାନା ଶିବତଳା ଗାଁ ହରଗୌରୀ ମନ୍ଦିର ନିକଟକୁ ଯାଇଥିଲେ । ସେହି ସମୟରେ ନିକଟରେ ପୋଖରୀରେ ଗାଧୋଇଥିବା ବେଳେ ପାଣିରେ ବୁଡି ସମୀରଙ୍କ ମୃତ୍ୟୁ ହୋଇଥିବା ସାଙ୍ଗମାନେ କହିଛନ୍ତି।

ଅପରପକ୍ଷେ ଟାଉନ ଥାନା ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ବିଳମ୍ୱିତ ରାତିରେ ଶବ ସତ୍କାର କରାଯାଇଥିଲା। ସବୁଠୁ ବଡ଼କଥା ହେଲା ପୋଖରୀରେ ବୁଡି ପୁଅର ମୃତ୍ୟୁ ଖବରକୁ ପରିବାର ଲୋକ ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Comments are closed.