Odisha Link
Bridging the Missing Links in Odisha

ଟୋଲ୍ ଦେଇ ଅତିଷ୍ଠ ହେଲେ ଗ୍ରାମବାସୀ, ତିଆରି କଲେ ଅଲଗା ରାସ୍ତା

ଟୋଲ୍‌ ପ୍ଲାଜା ଅଧିକାରୀ କହିଛନ୍ତି ଯେ, ଗ୍ରାମବାସୀ ମାନେ ଟୋଲ୍‌ ଫି ଦେବାକୁ ଚାହୁଁ ନାହାନ୍ତି

ବେଙ୍ଗାଲୁରୁ: ସାରା ଦେଶରେ ଫାଷ୍ଟ ଟ୍ୟାଗ୍‌ ଅନିବାର୍ଯ୍ୟ ଭାବେ ଲାଗୁ ହୋଇ ସାରିଛି। ଯେବେଠୁ ଦେଶରେ ଯାନ ବାହନ ପାଇଁ ଫାଷ୍ଟ ଟ୍ୟାଗ୍‌ ବାଧ୍ୟତାମୂଳକ କରାଯାଇଛି ସେବେଠୁ କିଛି ଲୋକ ଏହି ନିୟମକୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି। ଯାହାରି ଫଳରେ ଟୋଲ ପ୍ଲାଜାରେ ସ୍ଥାନୀୟ ଲୋକ ଓ ଟୋଲ୍‌ କର୍ମଚାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିବାର ଖବର ଶୁଣିଥିବେ ନିଶ୍ଚୟ। ଏସବୁ ମଧ୍ୟରେ କର୍ଣ୍ଣାଟକର ହେଜାମାଡି ଟୋଲ ପ୍ଲାଜାରେ ଦେଖିବାକୁ ମିଳିଛି ଗଣ୍ଡଗୋଳ।

ଏପରିକି ଗଣ୍ଡଗୋଳ ପରେ ଲୋକଙ୍କ କଥା ନଶୁଣିବାରୁ ଗ୍ରାମବାସୀ ମାନେ ମିଶି ଟୋଲ ପ୍ଲାଜାର ବାଇପାସ୍‌ ଭାବେ ଆଉ ଏକ ଅଲଗା ରାସ୍ତା ନିର୍ମାଣ କରିଛନ୍ତି । ଯାହା ଏବେ ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ମଙ୍ଗାଲୁରୁ-ଉଡପୀ ରାଜପଥରେ ଏକ ନୂଆ ସଡ଼କ ନିର୍ମାଣ କରାଯାଇଥିଲା। ସେଠାରେ ଥିବା ଟୋଲ ପ୍ଲାଜରେ ଫାଷ୍ଟ ଟ୍ୟାଗ୍‌ ବାଧ୍ୟତାମୂଳକ ହେବା ପରେ ହେଜାମାଡି ଗ୍ରାମବାସୀଙ୍କୁ କୌଣସି ଟୋଲ୍‌ ଦେବାକୁ ପଡ଼ୁ ନଥିଲା। ହେଲେ ଗ୍ରାମରୁ ଯାଉଥିବା ୪ ଯାତ୍ରିବାହୀ ବସ ଟୋଲ୍‌ ପ୍ଲାଜାରେ ଫାଷ୍ଟଟ୍ୟାଗ୍‌ ପଇଠ କରିବାକୁ ପଡ଼ୁଥିଲା। ଏହାକୁ ନଜରରେ ରଖି ଗ୍ରାମବାସୀ ମାନେ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ। ସରପଞ୍ଚ ଓ ଗ୍ରାମବାସୀ ମାନେ ଯାଇ ଟୋଲ୍‌ ପ୍ଲାଜା କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ହେଲେ କୌଣସି ସମାଧାନ ବାହାରି ନଥିଲା। ତାପରେ ଗ୍ରାମବାସୀ ମାନେ ଟୋଲ୍‌ ପ୍ଲାଜା ନିକଟରେ ହିଁ ଆଉ ଏକ ଅଲଗା ରାସ୍ତା ନିର୍ମାଣ କରିଥିଲେ।

ଅପରପକ୍ଷେ ଗ୍ରାମବାସୀ ମାନେ କହିଛନ୍ତି ଯେ, ଟୋଲ‌ ପ୍ଲାଜା ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ ଯେ, ଯାତ୍ରୀବାହୀ ବସ୍‌ ଗୁଡ଼ିକ ପାଇଁ ଟୋଲ୍‌ ଫିରେ କିଛି ରିହାତି ଦେବେ। ହେଲେ ସମୋନେ ଦେଲେ ନାହିଁ। ଯାହାରି ଫଲରେ ଆମେ ମାନେ ଏଭଳି ପଦକ୍ଷେପ ନେଲୁ ବୋଲି ଗ୍ରାମବାସୀ ମାନେ କହିଛନ୍ତି। ଏଥିସହିତ ଟୋଲ୍‌ ପ୍ଲାଜା ଅଧିକାରୀ କହିଛନ୍ତି ଯେ, ଗ୍ରାମବାସୀ ମାନେ ଟୋଲ୍‌ ଫି ଦେବାକୁ ଚାହୁଁ ନାହାନ୍ତି।