Odisha Link
Bridging the Missing Links in Odisha

ଷଡ଼ଯନ୍ତ୍ର ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ହେବ: ଜେଲ ଡିଆଇଜି

action against

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ। କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ୟାକୁବ। ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଥିବା ଘଟଣାରେ ଯଦି ଷଡ଼ଯନ୍ତ୍ର କଥା ଜଣାପଡେ଼ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହାଇଦର ଫେରାର ଘଟଣାରେ ନିଜର ପ୍ରତିକ୍ରିୟା ରଖି ଏହା କହିଛନ୍ତି ଜେଲ ଡିଆଇଜି ଶୁଭକାନ୍ତ ମିଶ୍ର।

ଜେଲ ଡିଆଇଜି କହିଛନ୍ତି ଯେ, ପୁଲିସକୁ ତଦନ୍ତରେ ସମସ୍ତ ସହଯୋଗ କରୁଛୁ। ଜେଲ ବିଭାଗ ପକ୍ଷରୁ କୌଣସି ତ୍ରୁଟି ଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅବହେଳା କିମ୍ବା ଷଡ଼ଯନ୍ତ୍ର ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତଦନ୍ତ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗ୍ୟାଙ୍ଗ୍‌ଷ୍ଟର୍‌‌ ହାଇଦର୍‌ ଏସ୍‌ସିବି ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ଶନିବାର ହସ୍ପିଟାଲ୍‌ରୁ ଫେରାର୍‌ ହୋଇଯାଇଛି। ହାଇଦର୍‌ର ପହରା ଓ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ସମ୍ବଲପୁର ଜେଲ୍‌ର ଗାର୍ଡଙ୍କୁ କିଛି ନିଶା ସାମଗ୍ରୀ ଖୁଆଇ, ପିଆଇ କିମ୍ବା ଶୁଂଘାଇ ସେ ଚମ୍ପଟ ମାରିଛି।

କଟକ ପୁଲିସ ହାଇଦର୍‌କୁ ଖୋଜିବା ପାଇଁ ସହରର ସମସ୍ତ ସୀମା ସିଲ୍‌ କରି ତନାଘନା ଜାରି ରଖିଛି। ହାଇଦର୍‌କୁ ଖୋଜିବା ପାଇଁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଛି।

Leave A Reply

Your email address will not be published.