Odisha Link
Bridging the Missing Links in Odisha

IGIT କଲେଜରେ ଗୋଷ୍ଠୀ ସଂଙ୍ଘର୍ଷ

କାମାକ୍ଷାନଗର: ସରାଙ୍ଗ IGIT କଲେଜରେ ଗୋଷ୍ଠୀ ସଂଙ୍ଘର୍ଷ। ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ କଲେଜରେ ଉତ୍ତେଜନା ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଶେଷ ବର୍ଷର ଛାତ୍ରଙ୍କ ଆକ୍ରମଣରେ ତୃତୀୟ ବର୍ଷ ଛାତ୍ର ଆହତ ହୋଇଥିବା ଅଭିଯୋଗ ହୋଇଛି।

ମଙ୍ଗଳବାର ଫୁଟବଲ ଖେଳକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଓ ପରେ ହାତାହାତି ହୋଇଥିଲା ।  ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଗୋଷ୍ଠୀର ଛାତ୍ରଙ୍କୁ ବୁଝାସୁଝା କରିଥିଲେ। ପୁଣି ବିଳମ୍ବିତ ରାତିରେ ତୃତୀୟ ବର୍ଷର ଛାତ୍ର ରହୁଥିବା ଭାସ୍କର ହଷ୍ଟେଲ ଉପରକୁ ବୋତଲ ମାଡ ସହ ହଷ୍ଟେଲରେ ପସି ଭଙ୍ଗାରୁଜା ହୋଇଛି ।

ଦୁଇଟି ବାଇକ୍ ଭାଙ୍ଗାରୁଜା ହୋଇଥିବା ବେଳେ କିଛି ଛାତ୍ର ଆହତ ମଧ୍ୟ ହୋଇଛନ୍ତି। ଗଣ୍ଡଗୋଳ ବଢିବା ଆଶଙ୍କାରେ କଲେଜରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇିଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଏହାସହ ବ୍ରହ୍ମଶ, ଭାସ୍କର ଓ ସୂର୍ଯ୍ୟ ହଷ୍ଟେଲକୁ ତୁରନ୍ତ ଖାଲି କରିବା ପାଇିଁ ନିର୍ଦ୍ଦେଶ ଦିଆଯାଇଛି । ପୋଲିସ ଓ କଲେଜ ପ୍ରଶାସନ ଉପସ୍ଥିତିରେ ହଷ୍ଟେଲ କ୍ୟାମ୍ପସ ଖାଲି କରାଯାଉଛି।

Leave A Reply

Your email address will not be published.