Odisha Link
Bridging the Missing Links in Odisha

ଅନଲାଇନ୍‌ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ଭୁବନେଶ୍ବର: ରାଜ୍ୟରେ ହୁହୁ ବଢିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଯାଏହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ମଧ୍ୟରେ ଅନଲାଇନ୍‌ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି।

ଅନଲାଇନ୍‌ରେ ସେମିଷ୍ଟାର ପରୀକ୍ଷା ଦାବି କରି ଆଜି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଧାରଣା ଦେବା ସହ ପ୍ରତିବାଦ କରୁଛନ୍ତି। ଅନ୍ୟପଟେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ(ଓୟୁଏଟି) ଛାତ୍ରଛାତ୍ରୀ ମଧ୍ୟ ଅନଲାଇନ୍‌ ପରୀକ୍ଷା ଦାବିରେ ଧାରଣାରେ ବସିଛନ୍ତି।