ସ୍ଥଗିତ ରହିଲା ଜେଇଇ ମେନ୍ ପରୀକ୍ଷା

ନୂଆଦିଲ୍ଲୀ: ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥଗିତ ରହିଲା ଜେଇଇ ମେନ୍ ପରୀକ୍ଷା। ଆସନ୍ତା ଏପ୍ରିଲରେ ହେବାକୁ ଥିବା ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ ସ୍ଥଗିତ ରଖା ଯାଇଛି।
ଚଳିତ ମାସ ୨୭ ଓ ୨୮ ଏବଂ ୩୦ ତାରିଖରେ ହେବାକୁ ଥିଲା ପରୀକ୍ଷା। ପୂର୍ବରୁ ଫେବ୍ରୁଆରୀ ଓ ମାର୍ଚ୍ଚ ସେସନ ପରୀକ୍ଷା ସରିଯାଇଥିଲା। ପରୀକ୍ଷାର ୧୫ଦିନ ପୂର୍ବରୁ ତାରିଖ ଘୋଷଣା ହେବ ବୋଲି ସୂଚନା ମିଳିଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି ସୂଚନା ଦେଇଛି ।
ସିବିଏସ୍ଇ ବୋର୍ଡ ପକ୍ଷରୁ ହେବାକୁ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟରେ ହେବାକୁ ଥିବା ସମସ୍ତ ବୋର୍ଡ ପରୀକ୍ଷାକୁ ବାତିଲ କରିଦେଇଛନ୍ତି।