Odisha Link
Bridging the Missing Links in Odisha

ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା ବନ୍ଧୁ ରାକେଶ: ଏସପି 

ଯାଜପୁର: ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ଆଜି ପରଦା ହଟିଛି।  ରମାଦେବୀ ଛାତ୍ରୀ ଝରାଫୁଲଙ୍କୁ ହତ୍ୟା କରିଥିଲା ବନ୍ଧୁ ରାକେଶ। ଏନେଇ ଆଜି ସୂଚନା ଦେଇଛନ୍ତି ଯାଜପୁର ଏସପି।  ଏସପି କହିଛନ୍ତି ଯେ, ଝରାଫୁଲର ତାଙ୍କ ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା ରାକେଶ। ଧାର ଟଙ୍କା ଫେରାଇବା ପାଇଁ ଝରାଫୁଲ କହିବାରୁ ତାକୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା ଏହି ସଇତାନ।

ଏକ ଜନ୍ମଦିନ ଭୋଜିରେ ଭୁବନେଶ୍ୱର ଆସିଥିବାବେଳେ ଟଙ୍କା ଫେରାଇବାକୁ ମିଛ ପ୍ରତିଶ୍ରୁତି ଦେଇ ଓୟୋ ରୁମରେ ଅପେକ୍ଷା କରିବାକୁ କହିଥିଲା। ଆଉ ତାପରେ ଯୋଜନା ଅନୁଯାୟୀ ମଦ ପିଇବାକୁ ବାଧ୍ୟ କରିଥିଲା। ଏହି ସମୟରେ ଝରାଫୁଲଙ୍କ ନାକ ଓ ପାଟିକୁ ବନ୍ଦ କରି ହତ୍ୟା କରିଥିଲା। ସେ ଏକା ମାରିଥିଲା ।

କିନ୍ତୁ ମାରିବା ପରେ ମୃତ ଦେହକୁ ଲୁଚାଇବା ପାଇଁ ଷଡଯନ୍ତ୍ରରେ ତାକୁ ଆଉ ଦୁଇ ଜଣ ସହଯୋଗ କରିଥିଲେ। ଜଣେ ସ୍କୁଟିରେ ଝରାଫୁଲଙ୍କ ମୃତ ଦେହ ନେବାରେ ସହଯୋଗ କରିଥିଲା।ତାକୁ ଆଜି ଗିରଫ କରାଯାଇଛି। ଏହା ପୂର୍ବରୁ ୨ ଅଭିଯୁକ୍ତ ଗିରଫ ହୋଇଥିଲେ।

ଜାନୁଆରୀ ୨୬ ତାରିଖ ରାତିରେ ଭୁବନେଶ୍ୱରର ଏକ ଗେଷ୍ଟହାଉସର ଝରାଫୁଲଙ୍କର ମୃତ୍ୟୁ ହୋଇଥିଲା। ତାପରଦିନ ସକାଳୁ ଝରାଫୁଲଙ୍କ ମୃତଦେହକୁ ଏକ ସ୍କୁଟିରେ ପ୍ରେମିକ ରାକେଶ ଓ ଶେଖର ଯାଜପୁର କୁଆଖିଆ ପର୍ଯ୍ୟନ୍ତ ନେଇଥିଲେ। ସେଠାରେ ଏକ ନିଛାଟିଆ ସ୍ଥାନ ଦେଖି ମୃତଦେହକୁ ଫୋପାଡି ଦେଇ ଚାଲି ଆସିଥିଲେ।

ଏନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ସିସିଟିଭି ଫୁଟେଜକୁ ଆଧାର କରି ରାକେଶକୁ ଜେରା କରିଥିଲା ପୋଲିସ। ପରେ ତାକୁ ଓ ଅନ୍ୟ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଏନେଇ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଏସପି କହିଛନ୍ତି ।

Leave A Reply

Your email address will not be published.