Odisha Link
Bridging the Missing Links in Odisha

ଅକ୍ସିଜେନ ଯୋଗାଣ ଉପରେ ଲାଗିଲା କଟକଣା, ଶିଳ୍ପାନୁଷ୍ଠାନକୁ ନଦେବାକୁ ମନା

ନୂଆଦିଲ୍ଲୀ: ଦେଶରେ ନିର୍ଦ୍ଦିଷ୍ଟ ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ଉପରେ କଟକଣା ଲଗାଯାଇଛି। ଶିଳ୍ପାନୁଷ୍ଠାନକୁ ଅକ୍ସିଜେନ ଯୋଗାଣ ବନ୍ଦ କରିବା ପାଇଁ ଉତ୍ପାଦକଙ୍କୁ ନିର୍ଦ୍ଦେଶ। ୯ଟି ଶିଳ୍ପ କ୍ଷେତ୍ରକୁ ବାଦ ଦେଇ ଅନ୍ୟ ଶିଳ୍ପାନୁଷ୍ଠାନକୁ ଯୋଗାଣ ବନ୍ଦ। ଅବାଧରେ ଅକ୍ସିଜେନ ସିଲିଣ୍ଡର ସ୍ଥାନାନ୍ତର ପାଇଁ ଆସିଲା ମାର୍ଗଦର୍ଶିକା।

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକ ପାଇଁ କେନ୍ଦ୍ରର ମାର୍ଗଦର୍ଶିକା। ହସ୍ପିଟାଲକୁ ଆସୁଥିବା ଅକ୍ସିଜେନକୁ କେହି ଅଟକାଇପାରିବେ ନାହିଁ । ଅବାଧରେ ହେବ ଅନ୍ତଃରାଜ୍ୟ ଅକ୍ସିଜେନ ସିଲିଣ୍ଡର ସ୍ଥାନାନ୍ତର।

ଯେକୌଣସି ସହରକୁ ଯେକୌଣସି ସମୟରେ ଯାଇପାରିବ ଅକ୍ସିଜେନ। ଆଜିଠାରୁ ଆଗାମୀ ନିର୍ଦ୍ଦେଶ ଯାଏଁ ଅକ୍ସିଜେନ ଯୋଗାଣ ଉପରେ କଟକଣା ଲାଗୁ।

Leave A Reply

Your email address will not be published.